Categories: ଜାତୀୟ

ବନ୍ଦ ହେବ ‘କଳା-ହଳଦିଆ’ ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୨।୧୦: ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ ଟ୍ୟାକ୍ସି ଏବେ ଆଉ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି। ମୁମ୍ବାଇର ଟ୍ୟାକ୍ସିମ୍ୟାନ୍ସ ୟୁନିୟନ ଏମ୍‌ଏଲ୍‌ ମାଡ୍ରୋସ୍‌ର ସୂଚନା ଅନୁଯାୟୀ, ୨୦୦୦ରୁ ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ କାର୍‌ ଉତ୍ପାଦନ ବନ୍ଦ କରି ଦିଆଯାଇଛି। ଏବେ ଏହାର ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିଛି। ତା’ସହ ଏବେକାର ପିଲାମାନେ ଆଧୁନିକ ଟ୍ୟାକ୍ସିକୁ ବେଶି ପସନ୍ଦ କରୁଥିବାରୁ ଏବେ ଆଉ ଏହାକୁ ଚଳାଇବା ସମ୍ଭବ ହେବନାହିଁ। ତେଣୁ ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ।

Share