Categories: ଫୁରସତ

ବନ୍ଦୀ ବରଗଛ…

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି ‘ଆଇ ଆମ୍‌ ଅଣ୍ଡର ଆରେଷ୍ଟ’। ୧୮୯୮ରେ ଇଂରେଜ ଅଫିସର ଜେମ୍ସ୍‌ ସ୍କ୍ବିଡ୍‌ ଦିନେ ରାତିରେ ନିଶାରେ ଚୁର୍‌ ହୋଇ ବଗିଚାରେ ଟହଲ ମାରୁଥିଲେ। ତାଙ୍କୁ ଲାଗିଲା ବରଗଛ ତାଙ୍କ ଆଡକୁ ଆସୁଛି। ଯେ ଜୋର୍‌ରେ ଚିତ୍କାର କଲେ ଷ୍ଟପ୍‌ ଦେୟାର। ମାତ୍ର ବରଗଛ ରହିଲାନି। ନିଶାରେ ଅଫିସର ପାଟି କଲେ ଆରେଷ୍ଟ ଇଟ୍‌। ସାଙ୍ଗେ ସାଙ୍ଗେ ପାଖରେ ଥିବା ସିପାହୀମାନେ ଗଛକୁ ଲୁହା ଜଞ୍ଜିରରେ ବାନ୍ଧି ତାଲା ପକାଇ ଦେଇଥିଲେ। ସକାଳେ ଅଫିସର ନିଜ ଭୁଲ୍‌ ବୁଝିପାରିଲେ। ତେବେ ଗଛରୁ ଲୁହା ଜଞ୍ଜିରକୁ ହଟାଇବାକୁ ସିପାହୀମାନଙ୍କୁ ମନାକଲେ। ଗଛରେ ଟଙ୍ଗାଇଦେଲେ ଇଂଲିଶ୍‌ରେ ଲେଖା ଥିବା ବୋର୍ଡ। ବରଗଛକୁ ଦେଖିବାକୁ ପ୍ରତିଦିନ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

Share