ବନୀକରଣରେଅନିୟମିତତା, ଫରେଷ୍ଟର, ଗାର୍ଡ ନିଲମ୍ବିତ

କେନ୍ଦୁଝର/ ଘଟଗଁ। , ୧୫ା୨(ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକସନ୍‌ ଅଧୀନସ୍ଥ ଆଡକଟା ଜଙ୍ଗଲରେ ବନୀକରଣରେ ଅନିୟମିତତା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ସମ୍ପର୍କରେ ଡିଏଫଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ୨୦ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ କଟାଯାଇଥିଲା ା ଏହାର ଭରଣା ଲାଗି ଏନଏଚଏଆଇ ଓ ବନ ବିଭାଗ ମଧ୍ୟରେ ଚୁକ୍ତି ହୋଇ ବନୀକରଣ କରାଯାଇଥିଲା ା ଏନଏଚଏଆଇ ଏହି ବନୀକରଣ ବାବଦକୁ ଅର୍ଥ ଖର୍ଚ୍ଚ କରିଥିଲା ା ଏହି ଅର୍ଥରେ ଘଟଗାଁ ରେଞ୍ଜ ବାରବାଙ୍କ ଜଙ୍ଗଲରେ ଦେଢ ଲକ୍ଷ ନୂତନ ଗଛ ଲଗାଯାଇଥିବା ସୂଚନାଫଳକରେ ଉଲ୍ଲେଖ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୫୦୧.୬୦ ହେକ୍ଟର ପରିମିତ ଜଙ୍ଗଲରେ ଏହି ବନୀକରଣ କରାଯାଇଥିଲା ା ତେବେ ଯେତିକି ସଂଖ୍ୟାରେ ଗଛ ଲଗାଯିବା କଥା ତା’ଠାରୁ କମ ଗଛ ଲଗାଯାଇଥିବା ନେଇ ବନ ବିଭାଗ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ା ଅଭିଯୋଗ ପାଇବା ପରେ କେନ୍ଦୁଝର ଡିଏଫଓ ଏହାର ତଦନ୍ତ ଲାଗି ଏସିଏଫଙ୍କୁ ଆଦେଶ ଦେଇଥିଲେ ା ତେବେ ତଦନ୍ତ ବେଳେ ଅନିୟମିତତା ହୋଇଥିବା ଜଣାପଡିବାରୁ ଡିଏଫଓ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଓ ଏଥିନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ା
ଏନେଇ ଏସିଏଫ ଘନଶ୍ୟାମ ମହାନ୍ତ କହିଛନ୍ତି ଯେ, ତଦନ୍ତ ବେଳେ କମ ଗଛ ଲଗାଯାଇଥିବା ଜଣାପଡିଥିଲା ା ଏଥିସହ ସାର ଓ ପାଣି ଦେବା ପାଇଁ କାୈଣସି ଗଛ ନିକଟରେ ଗାତ ଖୋଳା ଯାଇ ନ ଥିବା, କୋଡାଖୋସା ଓ ଯତ୍ନ ଅଭାବରୁ ଅନେକ ଗଛ ମରିଯାଇଥିବା ଯାଞ୍ଚ ବେଳେ ଜଣାପଡିଥିଲା ା ତେବେ ତଦାରଖ ଦାୟିତ୍ୱରେ ଥିବା ଅନ୍ୟମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ା ସେହିପରି ଜିଲାର ଅନ୍ୟାନ୍ୟ ସ୍ଥାନରେ କଟା ଗଛର ଭରଣା ଲାଗି ହୋଇଥିବା ବନୀକରଣ ଗୁଡିକ ଯାଞ୍ଚ କଲେ ଅନିୟମିତତା ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି ା ସୂଚନା ଯୋଗ୍ୟ ପୂର୍ବରୁ ପାଟଣା ରେଞ୍ଜରେ ଏଭଳି ବନୀକରଣରେ ଅନିୟମିତତା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri