ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଇବଣିଆ ଥାନା ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ପ୍ରାୟ ୫୦ଏକର ଜମିର ଫସଲ ଏବଂ ୮୦ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କଲା ପରେ ଆର୍ଥତ୍କ ଅନୁଦାନ ସହାୟତା କରାଯାଇଛି ବୋଲି ଜଳେଶ୍ୱର ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି କହିଛନ୍ତି।
ରାଇବଣିଆ ଅଞ୍ଚଳର ୧୨୧ଜଣ ବ୍ୟକ୍ତିଙ୍କର ୪୨ ଏକର ୫୬ ଡିସିମିଲ ଜମିର ଫସଲ ହାତୀମାନେ ନଷ୍ଟ କରିଥିଲେ। ସରକାରଙ୍କ ନୀତି ନିୟମ ଅନୁଯାୟୀ ଏକର ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଥିବାରୁ ମୋଟ ୪ଲକ୍ଷ ୨୫ହଜାର ୬ଶହ ଟଙ୍କା କ୍ଷତିଗ୍ରସ୍ତ ଚାଷୀକୁ ବ୍ୟାଙ୍କ ପାସ୍ବୁକ୍ରେ ଜମା କରାଯାଇଛି ା ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଘାସିପଡ଼ା ଗାଁର ବାହାଦୁର ମାରାଣ୍ଡିକୁ ଏକ ଦନ୍ତା ଦଳି ମାରିଥିବାରୁ ତାଙ୍କ ବିଧବା ପନତ୍ୀ ଆଲାଦି ମାରାଣ୍ଡିଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଇଛି। ୧୦ଟି ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବାରୁ ୧୦ହଜାର ଲେଖାଏଁ ୧ଲକ୍ଷ ଟଙ୍କା ଓ ୩୫ଟି ଆଂଶିକ ଗୃହ ଭାଙ୍ଗିଥିବା ବାବଦକୁ ୨ହଜାର ଟଙ୍କା ଲେଖାଏଁ ୭୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ରେଞ୍ଜର ମହାନ୍ତି କହିଛନ୍ତି। ଚେକ୍ ଓ ଆର୍ଥତ୍କ ସହାୟତା ପ୍ରଦାନ ବେଳେ ସରପଞ୍ଚ ପ୍ରତିନିଧି ଚନ୍ଦନ ପାତ୍ର, ନାଏବ ସରପଞ୍ଚ ସୁରେନ୍ ମୁର୍ମୁ, ଫରେଷ୍ଟର ତପନ ସିଂ, ଲୁସୁ କିସ୍କୁ ଓ ଗ୍ରାମ୍ୟ ମୁଖ୍ୟ ସୁରେଶ ମହନ୍ତ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ବାଲେଶ୍ୱର View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


