ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ ହୋଇଛି। ଉକ୍ତ ଗାଡ଼ିରେ ୧୦୦ ସିଫ୍ଟରୁ ଊର୍ଦ୍ଧ୍ୱ ମୂଲ୍ୟବାନ କାଠ ଥିବା ଜଣାପଡିଛି। ଏହି କାଠ ସେରେଣ୍ଡା ଜଙ୍ଗଲରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଏସିଏଫ ଘନଶ୍ୟାମ ମହାନ୍ତ ସୂଚନା ଦେଇଛନ୍ତି। ଏହା ପଛରେ ଆନ୍ତଃ ରାଜ୍ୟ କାଠ ଓ ମାଙ୍ଗାନିଜ୍‌ ମାଫିଆଙ୍କ ହାତଥିବା ଜଣାପଡ଼ିଛି। ସେମାନେ କାଠ ସହ ମାଙ୍ଗାନିଜ୍‌ ଚୋରା କାରବାର କରୁଥିବା ମଧ୍ୟ ସୂଚନା ମିଳିଛି।