ବଦଳି ହୋଇ ଚାଲିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ଧାର୍ଯ୍ୟ ହୋଇପାରିଲାନି ମହାପ୍ରସାଦ ଦର

ପୁରୀ ଅଫିସ, ୨୨ା୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବଦଳି ହୋଇ ଚାଲିଗଲେ। ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ମଧ୍ୟ ପରିବର୍ତ୍ତନ ହୋଇଗଲେ। ମାତ୍ର ଆନନ୍ଦବଜାର ଶୃଙ୍ଖଳା ପାଇଁ ଏପର୍ଯ୍ୟନ୍ତ ମହାପ୍ରସାଦ ଦର ତାଲିକା ଧାର୍ଯ୍ୟ ହୋଇପାରିଲା ନାହିଁ। ପୂର୍ବତନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମୟରେ ନିଆଯାଇଥିବା ଅବଢା ଦର ତାଲିକା ନିଷ୍ପତ୍ତି ସେମିତି ଝୁଲିରହିଛି। ଏହି ନିଷ୍ପତ୍ତିକୁ ଆଉ ୭ଦିନ ପରେ ବର୍ଷେ ପୂରିବ। ଦର ତାଲିକା ନିର୍ଦ୍ଧାରଣ ହୋଇ ନ ପାରିବା ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଏହି ନିଷ୍ପତ୍ତି କ’ଣ ପାଇଁ ଏବଂ କେଉଁଠି ଅଟକି ରହିଛି ତାହା ଏବେ ପ୍ରଶ୍ନବାଚୀ ହୋଇଛି।
ଅଗଷ୍ଟ ୨୯ ତାରିଖ। ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। ସେହିଦିନ ଆନନ୍ଦ ବଜାର ପାଇଁ ନିଆଯାଇଥିଲା ଏକାଧିକ ନିଷ୍ପତ୍ତି। ତନ୍ମଧ୍ୟରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ପ୍ରସ୍ତୁତ ପାଇଁ ସହମତି ହୋଇଥିଲା। ଏହାପରେ ମନ୍ଦିର ପ୍ରଶାସନ ଦର ନିର୍ଦ୍ଧାରଣ ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିଲାଗି ସ୍ବତନ୍ତ୍ର ଭାବେ ମହାପ୍ରସାଦ ପ୍ରସ୍ତୁତ କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଏକାଧିକ ଥର ବଦଳି ଥିଲା ତାରିଖ। ଶେଷରେ ଗତବର୍ଷ ଡିସେମ୍ବର ୪ରେ ସ୍ବତନ୍ତ୍ର ଭାବେ ବରାଦି ଭୋଗରେ ରୋଷେଇ ହୋଇଥିଲା ମହାପ୍ରସାଦ। ମନ୍ଦିର ପ୍ରଶାସନ ଆବଶ୍ୟକ ଡାଲି, ଚାଉଳ, ପରିବା, କୁଡୁଆ ପ୍ରଭୃତି ଯୋଗାଇ ଦେଇଥିଲା। ରୋଷେଇ ପରେ ମୁଖ୍ୟ ପ୍ରଶାସକ କହିଥିଲେ ଏଥିରେ ସାମଗ୍ରୀର ମୂଲ୍ୟ, କେତେ କୁଡ଼ୁଆ ଲାଗିଛି, ପାରିଶ୍ରମିକ କ’ଣ ରହିବ ତାହା ବିଚାରକୁ ନିଆଯାଇ ଦର ନିର୍ଦ୍ଧାରଣ ହେବ। ନୂଆବର୍ଷରୁ ଅବଢା ଦର ତାଲିକା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ। ଏହି ତାଲିକାରେ ଓଳି ଚିତ୍ର ରହିବ। ଓଳିର ସାଇଜ ଓ ଦାମ୍‌ ଏଥିରେ ଉଲ୍ଲେଖ କରାଯିବ। ଏହାଦ୍ୱାରା ମହାପ୍ରସାଦ କିଣିବା ବେଳେ ଭକ୍ତଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ରହିବ ନାହିଁ। ଏହାକୁ ଶୁଣି ଭକ୍ତମାନେ ଖୁସି ହୋଇଯାଇଥିଲେ। ତେବେ ଇତିମଧ୍ୟରେ ୮ ମାସରୁ ଊର୍ଦ୍ଧ୍ୱ ବିତିଗଲାଣି। ମାତ୍ର ପଦକ୍ଷେପ ଶୂନ। ଅନ୍ୟପକ୍ଷରେ ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ଯେଉଁ ରୋଷେଇ ହୋଇଥିଲା ତାହା ମହଙ୍ଗା ରହିଥିବା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଆନନ୍ଦ ବଜାରରେ ଭକ୍ତ ଯେଉଁ ଦାମ୍‌ରେ ଅବଢା ପାଉଛନ୍ତି ତାଲିକା ପ୍ରସ୍ତୁତ ହେଲେ ଅଧିକ ଦାମ୍‌ ରହିବ। ତେଣୁ ପ୍ରଶାସନ ଏହି ତାଲିକାକୁ ନେଇ ଦୋଛକିରେ ପଡ଼ିଥିବାରୁ କିଛି ନିଷ୍ପତ୍ତି ନେଇପାରୁ ନ ଥିବା କୁହାଯାଉଛି। ଏ ନେଇ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ପ୍ରୟାସ ଜାରି ରହିଛି। ଖୁବଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପରିସର ଏବଂ ଆନନ୍ଦ ବଜାରରେ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri