Posted inଖେଳ

ବଦଳିବ ନାହିଁ ନ୍ୟୁଟ୍ରାଲ ଅମ୍ପାୟର ନିୟମ

ଲଣ୍ଡନ,୧୩।୮(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତକାରୀ ଏମ୍‌ସିସି (ମାରିଲେବୋନ କ୍ରିକେଟ କ୍ଲବ) ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ସମର୍ଥନ କରିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଦୁଇ ନ୍ୟୁଟ୍ରାଲ ଅମ୍ପାୟର ଅତ୍ୟଧିକ ଭୁଲ ନିଷ୍ପତ୍ତି ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଅମ୍ପାୟର ଜୁଏଲ ଓ୍ବିଲସନ ଓ ପାକିସ୍ତାନର ଅଲିମ ଦାର୍‌ଙ୍କ ୧୦ ନିଷ୍ପତ୍ତି ଡିଆରଏସ୍‌ ଦ୍ୱାରା ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ବଦାଇଥିଲା। ଫିଲ୍ଡ ଅମ୍ପାୟର ଆହୁରି ୫ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହାକୁ ରିଭ୍ୟୁ କରାଯାଇ ନ ଥିଲା। ଏହାପରେ ଅଷ୍ଟ୍ରେଲିଆ ଦଳର ସହାୟକ କୋଚ ତଥା ଏମ୍‌ସିସି ସଦସ୍ୟ ରିକି ପଣ୍ଟିଂ ନ୍ୟୁଟ୍ରାଲ ଅମ୍ପାୟରଙ୍କ ନିୟମରେ ପରିବର୍ତ୍ତନ କରିବା ଲାଗି ସୁପାରିସ କରିଥିଲେ। ଗତ ମ୍ୟାଚ୍‌ ଯୋଗୁ ନ୍ୟୁଟ୍ରାଲ ଅମ୍ପାୟରଙ୍କ ନିୟମ ଦୃଷ୍ଟିରେ ରହିଛି। ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅମ୍ପାୟରଙ୍କୁ ନିଯୁକ୍ତ କରିବାକୁ ପଣ୍ଟିଂ ସୁପାରିସ କରିଥିଲେ। ଏହାକୁ ଆଇସିସି କ୍ରିକେଟ କମିଟିରେ ମଧ୍ୟ ଆଲୋଚନା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ନ୍ୟୁଟ୍ରାଲ ଅମ୍ପାୟର ନିୟମ ଦ୍ୱାରା ଭଲ ସଫଳତା ମିଳିଥିବା ଏମ୍‌ସିସି କ୍ରିକେଟ ମୁଖ୍ୟ ଜନ ଷ୍ଟିଫେନଶନ କହିଛନ୍ତି। ବର୍ତ୍ତମାନ ଅମ୍ପାୟରଙ୍କ ଏଲାଇଟ ପ୍ୟାନେଲରେ ସ୍ଥାନ ପାଇଥିବା ୧୨ ମଧ୍ୟରୁ ୭ ଜଣ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆର ରହିଛନ୍ତି। ଅମ୍ପାୟରିଂ ସ୍ତରରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି। ଲଡର୍‌ସଠାରେ ଅନୁଷ୍ଠିତ ଦୁଇ ଦିନିଆ ଏମ୍‌ସିସି ବୈଠକରେ ଏମ୍‌ସିସି ଅଧ୍ୟକ୍ଷ ମାଇକ ଗଟିଂ, ଷ୍ଟିଫେନସନଙ୍କ ସହ କମିଟି ସଦସ୍ୟ ଶେନ ଓ୍ବର୍ନ ଓ କୁମାର ସଙ୍ଗକାରା ଯୋଗଦେଇଥିଲେ। ଆଇସିସି ଏଲାଇଟ୍‌ ପ୍ୟାନେଲରେ ଅମ୍ପାୟରଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଥାଉ କି, ଦିନିକିଆ ଓ ଟି୨୦ କ୍ରିକେଟରେ ଜଣେ ଘରୋଇ ଦଳର ଅମ୍ପାୟରଙ୍କୁ ପରିଚାଳନା ଦାୟିତ୍ୱରେ ରଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri