Posted inଖେଳ

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦ ସଂସ୍କରଣର କାର୍ଯ୍ୟସୂଚୀ ପ୍ରକାଶ ପାଇବାକୁ ଥିବାବେଳେ ଗୁଆହାଟୀ ଷ୍ଟାଡିୟମରେ ଖେଳିବାକୁ ରାଜସ୍ଥାନ ରୟାଲ୍ସର ଅନୁରୋଧ ଉପରେ ମଧ୍ୟ ବିଚାର କରାଯିବ। ଆଇପିଏଲ ମ୍ୟାଚ୍‌ ପୂର୍ବଭଳି ରାତି ୮ଟା ବଦଳରେ ୭.୩୦ରେ ଆରମ୍ଭ କରିବାକୁ ପ୍ରସାରଣକାରୀ ଚ୍ୟାନେଲ ଅନୁରୋଧ କରିଛି। ମ୍ୟାଚ୍‌ ଟାଇମିଂ ପରିବର୍ତ୍ତନ ନେଇ ଗତ ଦୁଇ ସିଜନ ହେଲା ବିଚାର ଜାରି ରହିଛି। ପୂର୍ବରୁ ପ୍ରସାରଣକାରୀ ଚ୍ୟାନେଲ ‘ଷ୍ଟାର’ ୭ଟାରେ ମ୍ୟାଚ୍‌ ଆରମ୍ଭ କରିବାକୁ ବିସିସିଆଇ ନିକଟରେ ନିବେଦନ କରିଥିଲା। ପରେ ସମୟରେ ପରିବର୍ତ୍ତନ କରି ୭.୩୦ ଦିଆଯାଇଛି। ଏ ସମ୍ପର୍କରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ ସହ ଟାଇମିଂ ସମ୍ପର୍କରେ ଆଲୋଚନା କରାଯାଇନାହିଁ। ପ୍ରସାରଣକାରୀ ଚ୍ୟାନେଲର ଦାବି ପଛରେ ୩ କାରଣ ରହିଛି। ପ୍ରଥମଟି ହେଲା ଶୀଘ୍ର ଆରମ୍ଭ ହେଲେ ଦେଖଣାହାରିଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ଓ ରେଟିଂସ ମଧ୍ୟ ବଢ଼ିବ। ଦ୍ୱିତୀୟଟି ହେଉଛି ଲିଗ୍‌ର ପ୍ରାୟୋଜକ ଓ ଫ୍ରାଞ୍ଚାଇଜଙ୍କୁ ଅଧିକ ସମୟ ମିଳିବ। ତୃତୀୟ ତଥା ଅନ୍ତିମ କାରଣ ହେଲା ମ୍ୟାଚ୍‌ବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମଧ୍ୟରାତି ପୂର୍ବରୁ ଘରେ ପହଞ୍ଚତ୍ ପାରିବେ। ମାତ୍ର ମ୍ୟାଚ୍‌ ଶୀଘ୍ର ଆରମ୍ଭ ହେବା ଦ୍ୱାରା କିଛି ସମସ୍ୟା ମଧ୍ୟ ଉପୁଜିବ। ସେଗୁଡ଼ିକ ହେଲା ରାତ୍ର ମ୍ୟାଚ୍‌ରେ କାକର ବିଶେଷ ସମସ୍ୟା ସୃଷ୍ଟି କରେ। ଏହା ଗୋଟିଏ ଦଳକୁ ଅଧିକ ଫାଇଦା ଦେବ। ମୁମ୍ବାଇ ଓ ବାଙ୍ଗାଲୋର ଭଳି ସହରରେ ଷ୍ଟାଡିୟମ ଫୁଲ ହେବାକୁ ଅଧିକ ସମୟ ଲାଗେ। ସେଠାରେ ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେଲେ ଷ୍ଟାଡିୟମରେ ୮.୩୦ ବେଳକୁ ଦର୍ଶକ ସଂଖ୍ୟା ବଢ଼ିଥାଏ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିଭି ରେଟିଂ ପାଇଁ କ୍ରିକେଟ କମ୍ପ୍ରୋମାଇଜ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri