Categories: ବାଣିଜ୍ୟ

ବଢୁଛି ଟମାଟୋ ଦର: ଦିଲ୍ଲୀରେ ୭୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୧୨।୭ : କୋଭିଡ୍‌ ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ଫଳରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ରବିବାର କିଲୋ ପିଛା ୭୦ ଟଙ୍କା ଛୁଇଁଛି। କେବଳ ଅଣ ସଙ୍ଗଠିତ ବଜାର ନୁହେଁ ମଦର ଡେରୀ ସମେତ ଇ-କମର୍ସ ସାଇଟଗୁଡିକରେ ଦର ବୃଦ୍ଧି ପରିଲକ୍ଷିତ ହେଉଛି। ରବିବାର ବିଗ୍‌ ବାସ୍କେଟରେ କିଲୋ ପ୍ରତି ଟମାଟୋ ଦର ୬୦ରୁ ୬୬ ଟଙ୍କା ବିକ୍ରି ହେଉଥିବା ବେଳେ ଗ୍ରୋଫର୍ସରେ ୫୩ରୁ ୫୫ ଟଙ୍କା ବିକ୍ରି ହେଉଥିବା ଜଣାପଡିଛି।

Share