Categories: ବାଣିଜ୍ୟ

ବଢିଲା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟବୀମା ଅବଧି

ନୂଆଦିଲ୍ଲୀ,୨୧।୬: କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏହି ବୀମାର ଅବଧି ପ୍ରାଥମିକ ପର୍ଯ୍ୟାୟରେ ଜୁନ ୩୦ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ସଂକ୍ରମଣ ହ୍ରାସ ହେଉ ନଥିବାରୁ ଏହାକୁ ନଜରରେ ରଖି ସରକାର ଉକ୍ତ ଯୋଜନାର ଅବଧିକୁ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। କରୋନା ଯୋଦ୍ଧାଙ୍କୁ ସହାୟତା ପାଇଁ ମାର୍ଚ୍ଚ ଶେଷ ସପ୍ତାହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୨ଲକ୍ଷରୁ ଊର୍ଦ୍ଧ୍ୱ ସବୁ ବର୍ଗର ସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ୫୦ଲକ୍ଷର ସ୍ବାସ୍ଥ୍ୟବୀମା ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କାର୍ଯ୍ୟକାରୀ କରୁଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧ ସାମିଲ ସବୁ ବର୍ଗର ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ସୁବିଧା ମିଳିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share