ମୁମ୍ବାଇ,୨୬।୧୦: ଗତ ୪୦ ବର୍ଷ ମଧ୍ୟରେ ଦେବେନ୍ଦ୍ର ଫଡନବିଶ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସୁରୁଖୁରୁ ଭାବେ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ଏବେ ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ସେ ତାଙ୍କର ଦ୍ୱିତୀୟ ଇନିଙ୍ଗସ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ପୂର୍ବାପେକ୍ଷା ଏଥର ତାଙ୍କ ସମସ୍ୟା ବଢି ଯାଇଛି ବୋଲି ଆଲୋଚନା ହେଲାଣି। କାରଣ ଗତ ୫ ବର୍ଷ ମଧ୍ୟରେ ସେ ଶିବସେନାକୁ ଠିକ୍‌ ଭାବେ ସମ୍ଭାଳି ନେଇଥିଲେ। ହେଲେ ଏଥର ଶିବସେନା ଯେଉଁ ୫୦-୫୦ ଅଙ୍କନେଇ ଅଡି ବସିଛି ତାହା ଫଡନଭିଶଙ୍କ ପାଇଁ ବଡ ସମସ୍ୟା ହେବ ବୋଲି କୁହାଯାଉଛି। ଭାଜପା କିନ୍ତୁ କହୁଛି ଫଡନଭିଶ ଦିନକୁ ୧୭-୧୮ ଘଣ୍ଟା ପରିଶ୍ରମ କରିବାର କ୍ଷମତା ରଖିଥିବାରୁ ଏଥିରେ ତାଙ୍କୁ କୌଣସି ଫରକ ପଡିବ ନାହିଁ। ହେଲେ ଏସବୁ ସମୟ ଉପରେ ନିର୍ଭର କରେ। କିନ୍ତୁ ଶିବସେନାର ଜିଦ୍‌ ଅନୁଯାୟୀ ଯଦି ଫଡନଭିଶଙ୍କୁ ଅଢେଇ ବର୍ଷ ଶାସନ କ୍ଷମତା ମିଳେ ତେବେ ସେ କିପରି ଭାବେ ରାଜ୍ୟର ଭୋଟରଙ୍କୁ ସୁଶାସନ ଦେଇ ପାରିବେ ଏବେ ତା’ଉପରେ ସମସ୍ତଙ୍କ ନଜର।

Share