Categories: ବାଣିଜ୍ୟ

ବଢିବ କଲ୍‌, ଡାଟା ଦର

ନୂଆଦିଲ୍ଲୀ, ୨-୧୨: ଚଳିତ ମାସଠାରୁ ମୋବାଇଲ ସେବା ମହଙ୍ଗା ହେବ। ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ଦର ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ମୋବାଇଲ ଟାରିଫ ବଢିବ। ଚଳିତ ମାସ ୬ ତାରିଖଠାରୁ ରିଲାଏନ୍ସ ଜିଓ ଏହାର ମୋବାଇଲ କଲିଂ ଏବଂ ଡାଟା ଚାର୍ଜ ପ୍ରାୟ ୪୦% ପର୍ଯ୍ୟନ୍ତ ବଢାଇବ ବୋଲି ଜଣାପଡିଛି। ଡିସେମ୍ବର ୬ରେ କମ୍ପାନୀ ନୂଆ ପ୍ଲାନ ଆଣିବ। ଏଥିରେ ଗ୍ରାହକ ଆକର୍ଷଣୀୟ ସୁବିଧା ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଡିସେମ୍ବର ୩ରୁ ଭୋଡାଫୋନ-ଆଇଡିଆ ମଧ୍ୟରେ ନିଜର କଲିଂ ଏବଂ ଡାଟା ଦରକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବେ। ଅନ୍ୟ ନେଟଓ୍ବର୍କକୁ କଲ୍‌ ଉପରେ ମିନିଟ ପିଛା ୬ ପଇସା ଲାଗୁ କରିବେ ବୋଲି କମ୍ପାନୀ ସୂଚନା ଦେଇଛି। ଚଳିତ ମାସ ୩ ତାରିଖରୁ ଏୟାରଟେଲ ମଧ୍ୟ ଏହାର ଟାରିଫକୁ ୫୦% ପର୍ଯ୍ୟନ୍ତ ବଢିବ ବୋଲି ଜଣାପଡିଛି। ପ୍ରମୁଖ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ସେବା ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ପୂର୍ବାପେକ୍ଷା ମୋବାଇଲ ସେବା ମହଙ୍ଗା ହେବ।

Share