ବଢ଼ିଲା ବନ୍ୟା ମୁକାବିଲା ଚିନ୍ତା

କଟକ ଅଫିସ, ୧୫|୮:ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ପରେ ଉପକୂଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ବୁଧବାର ସନ୍ଧ୍ୟା ସୁଦ୍ଧା ମହାନଦୀରେ ବନ୍ୟାଜଳ ଉଛୁଳିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଙ୍କୀ, ନରସିଂହପୁର, ଆଠଗଡ଼, ବଡ଼ମ୍ବା ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏଥିସହ କାଠଯୋଡ଼ି ନଦୀରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। କେତେକ ସ୍ଥାନରେ ବନ୍ଧ ଡେଇଁ ସହର ଭିତରକୁ ପାଣି ପସିଛି। ଏ ପରିସ୍ଥିତିରେ ବନ୍ୟା ମୁକାବିଲା ପାଇଁ ପ୍ରଶାସନର ଚିନ୍ତା ବଢ଼ିଛି। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ଏସ୍‌ଆର୍‌ସି ସ୍ଥିତି ପରଖିଥିବା ଜିଲାପାଳ କହିଛନ୍ତି। ଏଥିସହ ସମସ୍ତ ଅଫିସର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାକୁ ନେଇ ଆମେ ପ୍ରସ୍ତୁତ ରହିଛୁ ଏବଂ ସମସ୍ତ ଅଫିସରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୪ଟି ବ୍ଲକର ଅଧିକାରୀ ଏବଂ ତହସିଲଦାରଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାପାଳ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ସିଡିଏମ୍‌ଓ, ବିଦ୍ୟୁତ୍‌ ବିଭାଗ, ଉପଜିଲାପାଳ, ୱାଟର ରିସୋର୍ସ ଡିପାର୍ଟମେଣ୍ଟକୁ ସତର୍କ କରାଯାଇଛି। ସମସ୍ତ ଅଧିକାରୀ ବିଭିନ୍ନ ଅଞ୍ଚଳକୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେହିପରି ଆଠଗଡ, ବାଙ୍କୀ ଓ କଟକ ସଦର ଉପଜିଲାପାଳ ଏବଂ କଟକ ମହାନଗର ନିଗମ(ସିଏମ୍‌ସି) କମିଶନରଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳଗୁଡ଼ିକ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଆଶ୍ରୟସ୍ଥଳକୁ ଲୋକଙ୍କୁ କିପରି ଅଣାଯିବ, କିଭଳି ଭାବେ ଖାଦ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଗୋଟିଏ ପ୍ଲାଟୁନ ଓଡ୍ରାଫ ଟିମ୍‌ ମଧ୍ୟ ସଜାଗ ହୋଇ ରହିଛନ୍ତି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଥିବା ନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ସେହିପରି ସହରାଞ୍ଚଳରେ ସିଏମ୍‌ସି କମିଶନର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖାନ୍‌ନଗର, ଚହଟା, ଧବଳେଶ୍ୱରଗଡ଼ା, ହାଡିଆପଠା, ମର୍କତନଗର, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ସିଡିଏ ସେକ୍ଟର-୬ ମଣ୍ଡାସାହି, କାଠଯୋଡ଼ି ନଦୀ ପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସିଏମ୍‌ସି ପକ୍ଷରୁ ୫ଟି ଟିମ୍‌ ଗଠନ କରାଯାଇ ସ୍ଥିତି ଅନୁଧ୍ୟାନ ଚାଲିଛି। ଯେପରି ଜଳବନ୍ଦୀରୁ ଲୋକେ ମୁକ୍ତ ରହିବେ ସେ ନେଇ ପାଖାପାଖି ୨୦୦ରୁ ଊର୍ଦ୍ଧ୍ୱ ପମ୍ପସେଟ୍‌ ମହଜୁଦ ରଖାଯାଇଛି। ସିଏମ୍‌ସି ପକ୍ଷରୁ ବିଭିନ୍ନ ଆଶ୍ରୟସ୍ଥଳରେ ଖାଦ୍ୟ ମହଜୁଦ ରଖାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri