ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଯଦି ଏହାର ଉତ୍ପାଦନ ଓ ବଣ୍ଟନ କମ୍ପାନୀଙ୍କ ଦାବିକୁ ଗ୍ରହଣ କରନ୍ତି, ତେବେ ଆସନ୍ତା ମାର୍ଚ୍ଚ ମାସରେ ଦର ବୃଦ୍ଧି ନେଇ ଘୋଷଣା କରାଯିବ। ବିଦ୍ୟୁତ୍‌ ଦର ବୃଦ୍ଧି ଲାଗି ସୋମବାର ଠାରୁ ଓଇଆର୍‌ସିଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ଦାବି ଶୁଣାଣି କରାଯାଇଥିଲା। ଦିନକୁ ଦିନ ଉତ୍ପାଦନ ଓ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ୟୁନିଟ୍‌ ପିଛା ୯୫.୮୦ ପଇସା କରାଯାଉ ବୋଲି ଓଏଚ୍‌ପିସି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ଓଏଚ୍‌ପିସି ଗ୍ରୀଡ୍‌କୋକୁ ୟୁନିଟ୍‌ ପିଛା ୮୮ ପଇସାରେ ବିକ୍ରି କରୁଛି। ଚଳିତ ବର୍ଷ ଓଏଚ୍‌ପିସି ମାଛକୁଣ୍ଡ ପ୍ରକଳ୍ପକୁ ଛାଡ଼ି ଅନ୍ୟ ସମସ୍ତ ଉତ୍ପାଦନ କେନ୍ଦ୍ରରୁ ୫୬୦୨.୬୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ହାରାହାରି ୫୩୬.୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ବିଚାରକୁ ନେଇ ଦର ବୃଦ୍ଧି କରିବାକୁ ଓଏଚ୍‌ପିସି ଆୟୋଗଙ୍କ ନିକଟରେ ଦାବି କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ହେବ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇନାହିଁ। ତେବେ ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନକାରୀ ଓ ବିତରଣକାରୀ କମ୍ପାନୀ ପକ୍ଷରୁ ବିଜୁଳି ଦର ବଢ଼ାଇବା ନେଇ ଦାବି କରାଯାଉଥିବାରୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଲ୍‌ ବୋଝ ବୋହିବାକୁ ପଡ଼ିପାରେ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ଫେବୃୟାରୀ ୧୪ ତାରିଖ ଯାଏ ଚାଲିବ। ପ୍ରଥମଥର ପାଇଁ ଓଇଆର୍‌ସି ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ୩ଟି ସ୍ଥାନରେ ଏହି ଶୁଣାଣି କରାଯାଉଛି। ବାଲେଶ୍ୱରରେ ନେସ୍‌କୋ, ସମ୍ବଲପୁରରେ ଓ୍ବେସ୍‌କୋ ଏବଂ କୋରାପୁଟରେ ସାଉଥ୍‌କୋର ଶୁଣାଣି କରାଯାଉଛି। ଓଏଚ୍‌ପିସି ନିଜର ଦାବି ରଖିସାରିଥିବା ବେଳେ ଓପିଜିସି, ଓପିଟିସିଏଲ, ଗ୍ରୀଡ୍‌କୋ ଏବଂ ବିତରଣ କମ୍ପାନୀଗୁଡ଼ିକ ନିଜର ଦାବି ଉପସ୍ଥାପନ କରିବେ। ଶୁଣାଣି ଶେଷ ହେବାପରେ ଦାବିଗୁଡ଼ିକ ତର୍ଜମା କରାଯିବ। ଫେବୃୟାରୀ ୨୬ରେ ରାଜ୍ୟ ଉପଦେଷ୍ଟା ପରିଷଦ ବୈଠକ ବସିବ ଏବଂ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୭ରେ ଶେଷଥର ପାଇଁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୦ ପଇସା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଉପଭୋକ୍ତାଙ୍କୁ ୧ରୁ ୫୦ ୟୁନିଟ୍‌ ପାଇଁ ୧ଟଙ୍କା ୫୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୫ଟଙ୍କା ୩୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୫ଟଙ୍କା ୭୦ ପଇସା ହିସାବରେ ଦେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri