ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି ଚାଷୀମାନେ କ୍ଷତି ସହୁଥିବା କଥା ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପୂର୍ବ ଅପେକ୍ଷା ଗୋଖାଦ୍ୟର ଦର ବୃଦ୍ଧି ପାଇଛି, ମାତ୍ର ସେହି ଅନୁଯାୟୀ ଦୁଗ୍ଧ ଦର ବୃଦ୍ଧି ପାଉନାହିଁ। ନିକଟ ଅତୀତରେ ଘରୋଇ ଉତ୍ପାଦ କିଣା ଦରରେ ଲିଟର ପିଛା ୪ ଟଙ୍କା ଏବଂ ବିକ୍ରି ଦରରେ ୩ ଟଙ୍କା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ ଅଗଷ୍ଟ ୨୨ରେ ଏନେଇ ଓମ୍‌ଫେଡ ଅଧ୍ୟକ୍ଷ ଚାଷୀଙ୍କ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିବା ପାଇଁ ଏହି ପ୍ରସ୍ତାବରେ ଦାବି କରାଯାଇଛି। ମାତ୍ର ମୂଲ୍ୟ ଅପରିବର୍ତ୍ତିତ ରହିଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାସହିତ ଉତ୍ପାଦନ ଖର୍ଚ୍ଚ ଯଥା- ଓଷଧ, ଖାଦ୍ୟ ପରିପୂରକ, ସର୍ବନିମ୍ନ ମଜୁରି ଓ ଦୁଧିଆଳି ପଶୁଙ୍କ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଉତ୍ପାଦନ ମୂଲ୍ୟ ଯଥେଷ୍ଟ ଅଧିକ ହେଉଥିବାରୁ ଚାଷୀ ନିରୁତ୍ସାହିତ ହେଉଥିବା ଦେଖିବାକୁ ମିଳିଛି। ଗୋପାଳନରେ କ୍ଷତି ହେଉଥିବାରୁ ପରୋକ୍ଷରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କୁ ଲିଟର ପିଛା ୪ ଟଙ୍କା ଅଧିକ ସହାୟତା ଦିଆଗଲେ ଦୈନିକ ୫ ଲକ୍ଷ ଲିଟର ଉତ୍ପାଦନ ହିସାବ ଅନୁଯାୟୀ ବର୍ଷକୁ ଅଧିକ ୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଏନେଇ ମଙ୍ଗଳବାର କୃଷି ଭବନରେ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏକ ବୈଠକ ବସିବ ବୋଲି ଜଣାପଡିଛି। ଏହି ବୈଠକରେ ଓମ୍‌ଫେଡ ଚାଷୀଙ୍କ ଦୁଗ୍ଧମୂଲ୍ୟ ବୃଦ୍ଧି କରିବା ପ୍ରସଙ୍ଗ ଆଲୋଚନା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri