Categories: ଜାତୀୟ

ବଡ଼ୋଦରାରେ ପ୍ରବଳ ବର୍ଷା: ରାସ୍ତାରେ ମୋଟର ବୋଟ୍‌; ବେଡ଼୍‌ ରୁମ୍‌ରେ ପାଣି

ଅହମ୍ମଦାବାଦ୍‌,୧।୮: ଗୁଜରାଟ ବଡ଼ୋଦରାରେ ପ୍ରବଳ ବର୍ଷା ଯୋଗୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏଠାରେ ୧୮ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ମୋଟର ବୋଟ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେତେକ ଲୋକଙ୍କ ଘରେ ପାଣି ପଶିବାରୁ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଲୋକଙ୍କ ବେଡ୍‌ ରୁମ୍‌ରେ ପାଣି ପଶିବା ସହିତ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ସରକାରୀ ତଥା ଘରୋଇ ସ୍କୁଲ କଲେଜକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share