ବଡ଼ବିଲରେ ଜାତୀୟ ପତାକା ଉତ୍ତୋଳନ କଲେ ତହସିଲଦାର

ବଡ଼ବିଲ,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଜାତୀୟ ଦିବସ ପାଳନ ସମିତି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ପରେ ମୁଖ୍ୟଅତିଥି ବିଭିନ୍ନ ସ୍କୁଲର ପରେଡ ପରିଦର୍ଶନ କରି ଉପସ୍ଥିତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗ୍ଲୋବାଲ ୱାର୍ମିଂକୁ ଏଡ଼ାଇବା ନିମନ୍ତେ ପ୍ରଦୂଷଣ ସନ୍ତୁଳନର ଆବଶ୍ୟକତା ଅଛି ବୋଲି କହିଛନ୍ତି।