ବଡ଼ଦାଣ୍ଡ ସଫେଇରେ ମୁସଲିମ ଯୁବକ ସାମିଲ

ବାରିପଦା ଅଫିସ,୧୫।୭- ବାରିପଦା ସହରରେ ସଫେଇ ସଚେତନତା ଦିଗରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସାମାଜିକ ଅନୁଷ୍ଠାନ ‘ସବୁଜ ସୁନ୍ଦର ବାରିପଦା’ ପକ୍ଷରୁ ରଥଯାତ୍ରା ଆରମ୍ଭରୁ ପ୍ରତିଦିନ ରାତିରେ ସମଗ୍ର ବଡଦାଣ୍ଡକୁ ସଫେଇ କରାଯାଉଥିଲା। ଏହାକୁ ସମର୍ଥନ କରି ବାରିପଦା ସହରର କେତେକ ମୁସଲମାନ ସମ୍ପଦାୟର ଯୁବକ ବାଡଦାଣ୍ଡ ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଶନିବାର ରାତିରେ ଅନୁଷ୍ଠାନର ଆବାହକ ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସେଖ ମହମ୍ମଦ ଉଲ୍ଲା, ସେଖ ଫରହାଦ, ସେଖ ଇକବାଲ, ସେଖ ଆସଲାମ, ସେଖ ଏଲାମ, ସେଖ ଏକରାମ ଓ ସେଖ ଫଗୁ ପ୍ରମୁଖ ସମଗ୍ର ବଡଦାଣ୍ଡ ସଫେଇ କରିଥିଲେ। ମୁସଲମାନ ସମ୍ପ୍ରଦାୟର ହୋଇ ମଧ୍ୟ ରଥଯାତ୍ରା ପାଇଁ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ସଫେଇ କରିବାକୁ ଆସି ଭାଇଚାରା ସମ୍ପର୍କ ସୃଷ୍ଟି କରିଥିବାରୁ ସେମାନେ ଧନ୍ୟବାଦର ପାତ୍ର ବୋଲି ସବୁଜ ସୁନ୍ଦର ବାରିପଦାର ଆବାହକ ମହାନ୍ତି କହିଛନ୍ତି। ସେହିପରି ରଥ ଡ୍ୟୁଟିରେ ଥିବା ସବ-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ ମଧ୍ୟ ଏହି ଯୁବକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଗରୁ ଏଭଳି କେବେ ଦେଖି ନ ଥିଲେ ଏଣୁ ଏହା ନିହାତି ଭାବେ ସମାଜକୁ ନୂତନ ବାର୍ତ୍ତ ଦେବ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ସୁଜିତ କୁମାର ମହାନ୍ତି ମଧ୍ୟ ସଫେଇ କାର୍ଯ୍ୟରେ ସାମିଲ ହୋଇ ଅନୁଷ୍ଠାନ ଓ ମୁସଲମାନ ସମ୍ପ୍ରଦାୟର ଯୁବକମାନଙ୍କୁ ଉତ୍ସାହିତ କରିଥିଲେ। କପିଲ ଖଣ୍ଡେଲୱାଲ, ନାନୁ ମହାକୁଡ, ଦେବାଶିଷ କୁମାର ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri