Posted inଜାତୀୟ

ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି

ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ ଅନେକ ଉତ୍ସବ ପାଳନ କରାଯାଇଥାଏ। ପ୍ରକୃତିକୁ ସମର୍ପଣ କରାଯାଇଥିବା ସେମିତି ଏକ ଉତ୍ସବ ହେଉଛି ‘ବଟର ଫେଷ୍ଟିଭାଲ’ ଯାହା ସମୁଦ୍ର ପତନଠାରୁ ୧୩ହଜାର ଫୁଟ ଉଚ୍ଚରେ ପାଳନ କରଯାଇଥାଏ। ଏହା ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ବୁଗ୍ୟାଲରେ ପାଳନ କରାଯାଏ। ଏହା ଉତ୍ତରକାଶୀର ଶୈଥାଲ ଅଞ୍ଚଳରେ ଅବସ୍ଥିତ। ଏହି ଫେଷ୍ଟିଭାଲକୁ ସ୍ଥାନୀୟ ଭାଷାରେ ‘ଅଂଡୁଡି’ କୁହାଯାଏ। ଏଥିରେ ପ୍ରଥମେ କ୍ଷୀର ଦେଉଥିବା ପ୍ରାଣୀଙ୍କୁ ପୂଜାସ୍ଥଳକୁ ନିଆଯାଇଥାଏ। ସେଠାରେ ପ୍ରଥମେ ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯିବା ସହ ସ୍ଥାନୀୟ ଗ୍ରାମବାସୀ ପରସ୍ପରକୁ ଲହୁଣି ଲଗାଇ ଥାଆନ୍ତି। ଏହାପରେ ଇଷ୍ଟ ଦେବତା ଓ ବନ ଦେବୀଙ୍କୁ ପୂଜା କରାଯାଏ। ଏହାପରେ ହୋଲିଭଳି ପିଚକାରୀରେ କ୍ଷୀର ଓ ଦହି ଭର୍ତ୍ତି କରି ଉପସ୍ଥିତ ଥିବା ଲୋକେ ପରସ୍ପର ଉପରକୁ ପକାଇଥାଆନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ଏହି ପର୍ବ ପାଳନ କଲେ କ୍ଷୀର ଦେଉଥିବା ପଶୁମାନେ ସୁସ୍ଥ ସବଳ ରହିଥାଆନ୍ତି ଓ ଭଲ କ୍ଷୀର ଦେଇଥାଆନ୍ତି। ଏହି ଉତ୍ସବରେ ରାଧା କୃଷ୍ଣଙ୍କ ପ୍ରତିକ ସ୍ବରୁପ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ସଜାଇ ମୁଖ୍ୟଦ୍ୱାରରେ ଠିଆ କରି ଦିଆଯାଏ। ଆଉ ଏମାନେ ଲହୁଣି ହାଣ୍ଡି ଭାଙ୍ଗିବା ପରେ ‘ବଟର ଫେଷ୍ଟିଭାଲ’ ଆରମ୍ଭ କରାଯାଇଥାଏ। ଏଥିରେ ଯେଉଁମାନେ ସାମିଲ ହୋଇଥାଆନ୍ତି ସେମାନେ ନୃତ୍ୟଗୀତରେ ମଜି ଯାଆନ୍ତି। କ୍ଷୀର ଦେଉଥିବା ପଶୁ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହା ପାଳନ କରାଯାଏ ବୋଲି କୁହାଯାଏ। ଏହା ବର୍ଷା ଋତୁର ଶେଷ ଭାଗରେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri