Categories: ଜାତୀୟ

ବଞ୍ଚି ରହିଛି ଭାଇଚାରା: ଘର ଛାଡି ପଳାଉଥିବା ମୁସଲମାନ୍‌ଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଲେ ହିନ୍ଦୁ

ନୂଆଦିଲ୍ଲୀ, ୧।୩: ଦିଲ୍ଲୀରେ ଘଟିଥିବା ଭିଡ଼ ହିଂସାପରେ ଲୋକେ ନିଜର ସୁରକ୍ଷା ନେଇ ସନ୍ଦେହରେ ପଡ଼ିଛନ୍ତି। ଶାହିନ ବାଗ୍‌ଠାରୁ ମାତ୍ର ୨ କିମି ଦୂରରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଆଲି ଗାଁ ରହିଛି। ଏହି ଅଞ୍ଚଳ ଗୁର୍ଜର ବହୁଳ। ହଂସାକାଣ୍ଡ ପରେ ଏଠାରେ ପିଢ଼ି ପରେ ପିଢ଼ି ବାସ କରୁଥିବା ମୁସଲମାନ୍‌ ଘର ଛାଡ଼ି ଅନ୍ୟ ସୁରକ୍ଷିତ ସ୍ଥାନକୁ ଯିବାକୁ ବାହାରିଥିଲେ। ତେବେ ସ୍ଥାନୀୟ ହିନ୍ଦୁମାନେ ସେମାନଙ୍କୁ ଭିଟାମାଟି ଛାଡ଼ି ନ ଯିବାକୁ ଅନୁରୋଧ କରିବା ସହିତ ସମସ୍ତଙ୍କର ସୁରକ୍ଷା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ବାହାରର ଲୋକ ଆସି ସେମାନଙ୍କ ଗାଁରେ ହିଂସାକାଣ୍ଡ ଘଟାଇଥିବା ସେମାନେ କହିଛନ୍ତି।

Share