ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଜିଲା ସଦର ମହକୁମା ଚିଦାନନ୍ଦ ସାହିର ଦୁଃଖୁ ଗୌଡ଼(୮୦)। ଆଖିକୁ ଭଲ ଦେଖା ଯାଏ ନାହିଁ କିମ୍ବା କାନକୁ ଶୁଭେ ନାହିଁ। ସ୍ତ୍ରୀ ଜାନକୀ ଗୌଡ଼ (୭୮)ଙ୍କର ମଧ୍ୟ ସେହି ଅବସ୍ଥା। କାମଧନ୍ଦା କରି ନ ପାରି ରୋଗାଗ୍ରସ୍ତ ଅବସ୍ଥାରେ ଏକ ଝୁମ୍ପୁଡି ଘରେ ପଡ଼ି ରହିଛନ୍ତି। ଦୁଃଖୁ ପ୍ରତିଦିନ ସକାଳୁ ସହରରେ ଏଣେତେଣେ ପଡ଼ିଥିବା ଅଦରକାରୀ ତଥା ବର୍ଜ୍ୟବସ୍ତୁ ସଂଗ୍ରହ କରି ଗୋଟିଏ ଜାଗାରେ ଠୁଳ କରି ରଖନ୍ତି। ବସ୍ତାରେ ପୂରାଇ ମୁଣ୍ଡରେ ବୋହିବା ନିମନ୍ତେ ବଳ ନ ଥିବାରୁ ଏକ ରଶି ବାନ୍ଧି ଘୋଷାଡ଼ି ଘୋଷାଡି ନେଇ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ଏଥିରେ ଦିନକୁ ୩୦ରୁ ୪୦ଟଙ୍କା ରୋଜଗାର କରୁଥିବା ଦୁଃଖୁ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବଡ଼ପୁଅ ଡମୁ ଦୀର୍ଘ ୨୦ ବର୍ଷ ତଳୁ ପାଗଳ ହୋଇ କେଉଁଆଡ଼େ ପଳାଇଛନ୍ତି। ୩/୪ବର୍ଷ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଠିକଣା ମିଳି ନ ଥିଲା। ସାନପୁଅ ଶିବ ବିବାହ ପରେ ନିଜ ସ୍ତ୍ରୀକୁ ନେଇ ଅଲଗା ରହୁଛନ୍ତି। ଅଟୋ ଚଳାଇ ଯାହା କିଛି ରାଜଗାର କରୁଥଲେ ସେ ବର୍ତ୍ତମାନ ବିଛଣାରେ। ଦୁଇଜଣ ନାତି ଓ ଗୋଟିଏ ନାତି ସାନପୁଅ ପାଖରେ ରହୁଥିବାବେଳେ ବଡ଼ନାତି ରୋହିତ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ସରକାର ଦୁଃଖୁଙ୍କୁ ଖଣ୍ଡେ ବାସଗୃହ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri