ବଜ୍ରପାତରେ ୨ ଯୁବକ ଗୁରୁତର, ଜଳିଗଲେ ୬ ଛେଳି, ମେଣ୍ଢା

ନୟାଗଡ଼ ଅଫିସ,୧ା୬: ସୋମବାର ଅପରାହ୍ନରେ ନୟାଗଡ଼ରେ ବର୍ଷାପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହା ପ୍ରଭାବରେ ନୟାଗଡ ବ୍ଲକ ଚଣ୍ଡିବସ୍ତ ପୋଖରୀ ନିକଟରେ ୫ ମେଣ୍ଢା ଓ ୧ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି ଛେଳି ଓ ମେଣ୍ଢା ଚରାଉଥିବା ଅଜୟ ବେହେରା (୧୬) ଓ ଗଣେଶ ବେହେରା (୪୫) ଗୁରୁତର ଆହତ ହୋଇଛନ୍ତି। ବରଦ୍ୱାର (କ) ଗଁାର ଆହତ ଦ୍ୱୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମେ ବର୍ଷା ଆରମ୍ଭ ହେବାରୁ ଅଜୟ ଓ ଗଣେଣ ମେଣ୍ଢା ପଲକୁ ପୋଖରୀ ନିକଟକୁ ନେଇ ସେଠାରେ ଆଶ୍ରୟ ନେଇଥିଲେ। ଅପରାହ୍ନ ପ୍ରାୟ ୩ଟାରେ ହଠାତ୍‌ ବଜ୍ରପାତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।