ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଜମିରେ କାମ କରୁଥିବାବେଳେ ବଜ୍ରପାତରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପଦ୍ମପୁର ଗ୍ରାମର ଦୁଇଜଣ ଯୁବକ ବସିଥିବା ବେଳେ ବଜ୍ରପାତରେ ବେହୋସ ହୋଇପଡ଼ିଥିଲେ। ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।