ବଜ୍ରପାତରେ ଜଣେ ମୃତ

ପଦ୍ମପୁର,୮।୯(ଡି.ଏନ୍‌.ଏ.) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଏବଲ ଶିଖା (୫୫)। ଶନିବାର ଅପରାହ୍ନରେ ସେ ବିଲକୁ ଗାଈ ଚରାଇବାକୁ ଯାଇ ଫେରି ନ ଥିଲେ। ତେଣୁ ପରିବାର ଲୋକେ ବହୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ତାଙ୍କ ମୃତଦେହ ପାଇଥିଲେ। ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିବା ସହ ରବିବାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଛନ୍ତି।