Categories: ଭଦ୍ରକ

ବଜ୍ରପାତରେ ଜଣେ ଚାଷୀ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ/ଆରଡ଼ି, ୧୧।୮ (ଡି.ଏନ.ଏ.) – ରବିବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେହିପରି ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧଗଁାର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ରଇପୁର ନାୟକସାହିର ଯୁଧିଷ୍ଠିର ନାୟକ(୫୪)। ସେ ଓ ତାଙ୍କ ସାନଭାଇ ବିଲରେ କାମ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ବଜ୍ରପାତରେ ଯୁଧିଷ୍ଠିରଙ୍କ କାନମୂଳ ଫାଟିଯିବା ସହ ସେ ଅଚେତ ହୋଇପଡ଼ିଥିଲେ। ଗଁା ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧୂଷୁରୀ ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧୂଷୁରୀ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୧୯) ରୁଜୁ ହୋଇଛି। ଆହତ ଚାଷୀ ବନ୍ଧଗଁାର ଅକ୍ଷୟ ନାୟକ(୬୫) ବିଲକୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା। ସେ ଅଚେତ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।