ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ ମଇଦାନକେଲ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ କୁବେରେ ସେଠାରେ ଟଳି ପଡ଼ିଥିଲେ। ପରିବାର ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।