ବଜ୍ରପାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଭଞ୍ଜନଗର,୨୮।୯(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ଡୁମାକୁମ୍ପାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଛେଳିଚରାଳି ମୃତ୍ୟୁବରଣ କରିଛନ୍ତି। ସେହେଲେ ଅମୁଲ୍ୟ ଗୌଡ (୨୭)। ଏଥିସହ ଜୁରିଆ ଗୌଡ (୫୯) ଗୁରୁତର ଆହତ ହୋଇଛନ୍ତି। ଜୁରିଆଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଖବରପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅମୂଲ୍ୟଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ, ଅମୁଲ୍ୟ ଓ ଜୁରିଆ ଗ୍ରାମ ନିକଟରେ ଛେଳି ଚରାଉଥିଲେ। ଅପରାହ୍ନ ପ୍ରାୟ ୨ଟାବେଳେ ବଜ୍ରପାତ ହୋଇଥିଲା। ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ଖବରପାଇ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚତ୍ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲକୁ ଆଣିଥିଲେ। ମେଡିକାଲରେ ଅମୂଲ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।