ବଜେଟ-୨୦୨୦: ବାଣିଜ୍ୟ-ଉଦ୍ୟୋଗ ପାଇଁ ୨୭,୩୦୦ କୋଟି

ଏପ୍ରିଲରୁ ସହଜ ଜିଏସ୍‌ଟି ରିଟର୍ନ ଦାଖଲ
ବାଣିଜ୍ୟ ଓ ଉଦ୍ୟୋଗର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ଚଳିତ ବଜେଟ୍‌ରେ ୨୭ ହଜାର ୩୦୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏଥିରେ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ପାଇଁ ସହାୟକ ଋଣ ବ୍ୟବସ୍ଥା ପାଇଁ ନୂଆ ଯୋଜନା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ୧.୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନସନ ଲାଭ ମିଳିବ। ଏପ୍ରିଲ ୨୦୨୦ରୁ ଜିଏସ୍‌ଟି ରିଟର୍ନ ଦାଖଲ କରିବା ପାଇଁ ସହଜ ପ୍ରକ୍ରିୟା ଆରମ୍ଭ କରାଯିବ। ୫ଟି ନୂଆ ସ୍ମାର୍ଟସିଟି କରାଯିବା ପ୍ରସ୍ତାବ ରହିଛି, ଯାହା ପିପିପି (ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରଶିପ୍‌)ରେ କରାଯିବ। ଏହା ଏଭଳି ସହର ହେବ ଯେଉଁଠି ନିବେଶକୁ ଅଧିକ ସୁଯୋଗ ଓ ଗୁରୁତ୍ୱ ମିଳିବ। ରପ୍ତାନି କାରବାରରେ ନୂଆ କରି ଏକ ଯୋଜନା ନିର୍ଭୀକ ବୀମା ବ୍ୟବସ୍ଥା ହେବ, ଯେଉଁଥିରେ କମ୍‌ ପ୍ରିୟିୟମ୍‌ରେ ଅଧିକ ସୁବିଧା ଓ ନିରାପତ୍ତା ମିଳିପାରିବ। ରପ୍ତାନି କ୍ଷେତ୍ରରେ ଡିଜିଟାଲ ରିଫଣ୍ଡ ସୁବିଧା ମିଳିବ। ବିଜୁଳି ବିଲ୍‌, ପରିବହନ ଖର୍ଚ୍ଚରେ ରିହାତି ଦେବାର ଯୋଜନା ଏଥର ଲାଗୁହେବ। ପ୍ରତି ଜିଲାରେ ଏକ୍ସପୋର୍ଟ ହବ୍‌ ପ୍ରତିଷ୍ଠା କରାଯିବାର ମଧ୍ୟ ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ଜିରୋ ଡିଫେକ୍ଟ ପଲିସି ବା ଶୂନ୍ୟ ପ୍ରଭାବ ନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସବୁ ମନ୍ତ୍ରଣାଳୟ ଚଳିତ ବର୍ଷ କ୍ୱାଲିଟି ଷ୍ଟାଣ୍ଡାର୍ଡ଼ ଅର୍ଡର ଜାରି କରିବେ। ସେହିପରି ଇନଭେଷ୍ଟମେଣ୍ଟ କ୍ଲିୟରାନ୍ସ ସେଲ୍‌ର ପରିକଳ୍ପନା କରାଯାଇଛି, ଯେଉଁଥିରେ ନିବେଶ ସମ୍ପର୍କିତ ପରାମର୍ଶ ଓ ଲ୍ୟାଣ୍ଡ ବ୍ୟାଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହି ସେଲ୍‌ରେ ୫ଟି ନୂତନ ଇକୋନମିକ କରିଡର, ମ୍ୟାନୁଫାକ୍ଚରିଂ ୟୁନିଟ୍‌ସର ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ରହିବ। ସେହିପରି ବ୍ୟବସାୟୀଙ୍କ ସୁବିଧା ପାଇଁ ଟିକସଦାତା ଚାର୍ଟର ଘୋଷଣା ହେବ। ମୋଦି ସରକାର ଟିକସଦାତାଙ୍କୁ ଯେକୌଣସି ପ୍ରକାର ଚିନ୍ତାରୁ ମୁକ୍ତ କରିବା ପାଇଁ ପ୍ରତିବଦ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କମ୍ପାନିଗୁଡ଼ିକୁ ଆଶ୍ୱସ୍ତ କରିବା ପାଇଁ ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସକୁ ସମାପ୍ତ କରିବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଭାରତରେ ଉତ୍ପାଦନକୁ ଗୁରୁତ୍ୱ: ସ୍ଥାପନ ହେବ ନ୍ୟାଶନାଲ ଟେକନିକାଲ ଟେକ୍ସଟାଇଲ ମିଶନ

ଭାରତରେ ଘରୋଇ ବିନିର୍ମାଣର ଆବଶ୍ୟକତା ଥିବାବେଳେ ଇଲେକ୍ଟ୍ରୋନିକ ମାନୁଫାକ୍ଚରିଂ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି। ତେଣୁ ଭାରତରେ ଯଥେଷ୍ଟ ମେଡିକାଲ ଉପକରଣ ପ୍ରସ୍ତୁତି ଉପରେ ସରକାର ଗୁରୁତ୍ୱ ଦେବେ। ଏଥିପାଇଁ ଯୋଜନା ଶୀଘ୍ର ଘୋଷଣା କରାଯିବ। ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ ଇଣ୍ଡଷ୍ଟ୍ରି ବା ବୈଦ୍ୟୁତିକ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ। ମୋବାଇଲ ଫୋନ୍‌, ବୈଦ୍ୟୁତିକ ଉପକରଣ ଏବଂ ସେମିକଣ୍ଡକ୍ଟର ପ୍ୟାକେଜିଂର ଉତ୍ପାଦନ ବଢ଼ାଇବା ଭଳି ଯୋଜନାର ଘୋଷଣା ହେବ। ଆଗାମୀ ୪ ବର୍ଷରେ ଆମଦାନୀ କମାଇବା ପାଇଁ ନ୍ୟାସନାଲ ଟେକନିକାଲ ଟେକ୍ସଟାଇଲ ମିଶନ ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି, ଯେଉଁଥିରେ ୧୪୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

କର୍ପୋରେଟ୍‌ ଟାକ୍ସ କୋହଳ
ଭାରତରେ ନିବେଶ ପାଇଁ ନିବେଶକଙ୍କୁ ଆକର୍ଷିତ କରିବାକୁ କର୍ପୋରେଟ୍‌ ଟାକ୍ସ କୋହଳ କରାଯିବ। ନୂଆ କମ୍ପାନିଗୁଡ଼ିକ ପାଇଁ କର୍ପୋରେଟ୍‌ ଟାକ୍ସକୁ ହ୍ରାସ କରାଯାଇ ୧୫ ପ୍ରତିଶତ କରାଯାଇଛି। ଚାଲୁ ରହିଥିବା କମ୍ପାନିଗୁଡ଼ିକ ପାଇଁ ଏହି ଟାକ୍ସ କମାଯାଇ ୨୨ ପ୍ରତିଶତ କରାଯାଇଛି।

ଷ୍ଟାର୍ଟଅପ୍‌କୁ ଗୁରୁତ୍ୱ, ବଢ଼ିଲା ଟର୍ନଓଭର ଲିମିଟ୍‌
ଚଳିତ ବଜେଟ୍‌ରେ ଷ୍ଟାର୍ଟଅପ୍‌କୁ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରାମନ କହିଛନ୍ତି- ଷ୍ଟାର୍ଟଅପ୍‌ ହେଉଛି ବିକାଶର ଇଞ୍ଜିନ। ଷ୍ଟାର୍ଟଅପ୍‌ ପାଇଁ ରହିଥିବା ଟର୍ନଓଭର ଲିମିଟ୍‌ ୨୫ କୋଟିରୁ ବୃଦ୍ଧି କରାଯାଇ ୧୦୦ କୋଟି କରାଯିବାର ପ୍ରସ୍ତାବ ରହିଛି। ସେହିପରି ୫ ବର୍ଷ ପାଇଁ ଷ୍ଟାର୍ଟଅପ୍‌କୁ ଶୁଳ୍କ ପଇଠରେ ମହଲତ ଦିଆଯିବ। ଷ୍ଟାର୍ଟଅପ୍‌ ପାଇଁ ବିକଶିତ ହେବ ଡିଜିଟାଲ ପ୍ଲାଟଫର୍ମ। ଦେଶବ୍ୟାପୀ ଡାଟା ସେଣ୍ଟର ପାର୍କ କରାଯିବ।

ସ୍କିଲ୍‌ ଇଣ୍ଡିଆ ପାଇଁ ୩ ହଜାର କୋଟି
ଦେଶର ଯୁବପିଢ଼ିଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ତାଲିମ ଦେବା ପାଇଁ ‘ସ୍କିଲ ଇଣ୍ଡିଆ’ ଯୋଜନାରେ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। ବିଦେଶରେ ଶିକ୍ଷକ, ପାରାମେଡିକାଲ କର୍ମଚାରୀ, ସେବିକାଙ୍କ ବିପୁଳ ଚାହିଦା ରହିଛି। କିନ୍ତୁ ସେମାନଙ୍କ ଦକ୍ଷତା ନିଯୁକ୍ତିଦାତାଙ୍କ ଚାହିଦା ମୁତାବକ ହୋଇପାରୁ ନାହିଁ। ତେଣୁ ସରକାର ସେମାନଙ୍କର ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri