ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ କୁମାର ଶର୍ମାଙ୍କ ପିତାଙ୍କ ଦେହାନ୍ତ ୨୬ ଜାନୁୟାରୀରେ ହୋଇଥିଲେ ବି ସେ ଘରକୁ ଯାଇପାରି ନ ଥିଲେ। ଯେ ପର୍ଯ୍ୟନ୍ତ ବଜେଟ ଉପସ୍ଥାପିତ ନ ହେବ ସେ ପର୍ଯ୍ୟନ୍ତ ମନ୍ତ୍ରଣାଳୟର କୌଣସି ଅଧିକାରୀ ବା କର୍ମଚାରୀଙ୍କୁ ମନ୍ତ୍ରଣାଳୟ ବାହାରକୁ ଯିବା ଲାଗି ଅନୁମତି ନ ଥିବାରୁ ସେ ଯାଇପାରିନଥିଲେ।

*ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ରହିଥିବା ବ୍ୟକ୍ତିଙ୍କୁ ‘ବଜେଟ କୋର୍‌ଗ୍ରୁପ’ କୁହାଯାଏ। ଏଥିରେ ସବୁ ବିଭାଗର ସଚିବ ଓ ମୁଖ୍ୟ ଅର୍ଥ ପରାମର୍ଶଦାତା ରହିଥାନ୍ତି। ଏହି ଗ୍ରୁପ ଅଧୀନରେ ୫୦ ଜଣ ରହିଥାନ୍ତି। ଏହାର ନେତୃତ୍ୱ ନେଇଥାନ୍ତି ରାଜସ୍ବ ସଚିବ। ତାଙ୍କ ଅଧୀନରେ ଦୁଇଜଣ ଜଏଣ୍ଟ ସେକ୍ରେଟାରୀ ଓ ତାଙ୍କ ପରକୁ ତିନି ରୁ ଚାରିଜଣ ଡେପୁଟି ସେକ୍ରେଟାରୀ ଓ ୪/୫ ଜଣ ଅଣ୍ଡର୍‌ ସେକ୍ରେଟାରୀ ରହିଥାନ୍ତି। ଏମାନଙ୍କବାଦ୍‌ ପ୍ରିଣ୍ଟିଂପ୍ରେସର ଅଧିକାରୀମାନେ ରହିଥାନ୍ତି।

*ଇନ୍ଦିରା ଗାନ୍ଧୀ ୧୯୭୦ରେ ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପନ କରିଥିଲେ। ତାଙ୍କ ପରେ ନିର୍ମଳା ସୀତାରାମନ ଚଳିତଥରକୁ ନେଇ ଦୁଇଥର ବଜେଟ ଉପସ୍ଥାପନ କରିଛନ୍ତି।

*ବଜେଟ ଛପା ପ୍ରକ୍ରିୟା ହାଲୁଆ ଉସତ୍ବରୁ ଆରମ୍ଭ ହୋଇଥାଏ। ଏହି ଉସତ୍ବରେ ଅର୍ଥମନ୍ତ୍ରୀ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ହାଲୁଆ ବାଣ୍ଟିଥାନ୍ତି। ଏହି ଉସତ୍ବ ପରେ ମନ୍ତ୍ରଣାଳୟର ଅଧିକାରୀ ବା କର୍ମଚାରୀଙ୍କୁ ଅଲଗା ରଖାଯାଇଥାଏ ଓ ଅର୍ଥ ମନ୍ତ୍ରଣାଳୟ ବାହାରକୁ ଯିବା ଲାଗି ଅନୁମତି ଦିଆଯାଇନଥାଏ। ୨୦୨୦-୨୧ ବଜେଟ ପାଇଁ ଏହି ଉସତ୍ବ ଜାନୁୟାରୀ ୨୦ରେ ଆରମ୍ଭ କରାଯାଇଥିଲା।

*ବଜେଟ ଉପସ୍ଥାପନ ହେବାର ଦୁଇଦିନ ପୂର୍ବରୁ ମନ୍ତ୍ରଣାଳୟକୁ ପୂରା ବନ୍ଦ କରିଦିଆଯାଏ। ବଜେଟ ଉପସ୍ଥାପନ ହେବା ପରେ ବଜେଟ ପ୍ରକ୍ରିୟା ସହ ଜଡିତ ସମସ୍ତ ଅଧିକାରୀ ଓ କର୍ମଚାରୀ ବାହାରକୁ ଆସିଥାନ୍ତି।

*ଅର୍ଥ ମନ୍ତ୍ରଣାଳୟର ପ୍ରିଣ୍ଟିଂ ପ୍ରେସ୍‌ରେ ବଜେଟ ଛପା କାର୍ଯ୍ୟରେ ୨୦-୩୦ ଜଣ ବ୍ୟକ୍ତି କଡ଼ା ସୁରକ୍ଷା ମଧ୍ୟରେ ରହିଥାନ୍ତି।

*ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଖୁବ୍‌ ଗୋପନରେ କରାଯାଇଥାଏ। ଏହାକୁ ଉପସ୍ଥାପନ କରାଯିବା ଯାଏ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀଙ୍କଠାରୁ ଆରମ୍ଭ କରି ଅଧଃସ୍ତନ କର୍ମଚାରୀ, ଷ୍ଟେନୋଗ୍ରାଫର,ଟାଇପ୍‌ରାଇଟର୍ସ, ପ୍ରିଣ୍ଟିଂପ୍ରେସ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ରହି କାମ କରିଥାନ୍ତିି। ଗୋପନୀୟ ରଖିବା ଲାଗି ସେମାନଙ୍କୁ ପରିବାର ସହ କଥା ହେବା ପାଇଁ ବି ସୁଯୋଗ ଦିଆଯାଇନଥାଏ।
ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ପରେ ୧୯୫୦ରେ ପ୍ରଥମ ବଜେଟ ରାଷ୍ଟ୍ରପତି ଭବନରେ ଛପା ଯାଇଥିଲା। କିନ୍ତୁ ବଜେଟ ଲିକ୍‌ ହୋଇଯାଇଥିଲା। ଏହାକୁ ଇଂଲଣ୍ଡର ଜଣେ ସାମ୍ବାଦିକ ଲିକ୍‌ କରିଥିଲେ। ଏହାପରେ ବଜେଟକୁ ଦିଲ୍ଲୀର ମିଣ୍ଟୋ ରୋଡସ୍ଥିତ ସିକ୍ୟୁରିଟି ପ୍ରେସ୍‌ରେ ୩୦ ବର୍ଷ ଧରି ଛପାଯାଇଥିଲା। ଏହାପରେ ୧୯୮୦ରେ ନର୍ଥବ୍ଲକ୍‌ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ଛପା ଯାଇଥିଲା ଓ ୪୦ ବର୍ଷ ହେବ ସେଠାରେ ଏହା ଛପାଯାଉଛି।

*ବଜେଟ ପ୍ରଥମେ ଇଂଲିଶରେ ଛପା ଯାଉଥିଲା। ୧୯୫୫-୫୬ରେ ଏହାକୁ ହିନ୍ଦୀରେ ଛପା ଆରମ୍ଭ ଯାଇଥିଲା।

*୧୬୦ ବର୍ଷ ପୂର୍ବେ ୧୮୬୦ରେ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ବ୍ରିଟିଶ ସରକାରଙ୍କ ଅର୍ଥମନ୍ତ୍ରୀ ଜେମ୍ସ ଓ୍ବିଲ୍‌ସନ ।

*ଭାରତ ସ୍ବାଧୀନତା ହେବାପରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ. ଷଣ୍‌ମୁଖମ ଚେଟ୍ଟି ୧୯୪୭ରେ ଉପସ୍ଥାପନ କରିଥିଲେ। ଗଣତନ୍ତ୍ର ସ୍ଥାପନ ପରେ ପ୍ରଥମ ବଜେଟ ୨୮ ଫେବୃୟାରୀ ୧୯୫୦ରେ ଜନ୍‌ ମଥାଇ ଉପସ୍ଥାପନ କରିଥିଲା। ଏହି ବଜେଟରେ ଯୋଜନା ଆୟୋଗ ସ୍ଥାପନର ବର୍ଣ୍ଣନା ରହିଥିଲା।

*ମୋରାରଜି ଭାଇ ଦେଶାଇ ସବୁଠୁ ବେଶୀ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri