ବଜେଟକୁ ନିବେଶକଙ୍କ ନାପସନ୍ଦ

ମୁମ୍ବାଇ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟକୁ ଷ୍ଟକ୍‌ ମାର୍କେଟ ସକରାମତ୍କ ଭାବେ ଗ୍ରହଣ କରିପାରିନାହିଁ। ବଜେଟ ଉପରେ ଆଶାବାନ୍ଧିଥିବା ନିବେଶକ ନିରାଶ ହୋଇଛନ୍ତି। ଫଳସ୍ବରୂପ ଶୁକ୍ରବାର ମାର୍କେଟ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ସପ୍ତାହର ପ୍ରଥମ କାରବାର ଦିନରେ ମଧ୍ୟ ନିବେଶକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂର ହୋଇପାରି ନ ଥିଲା। ନିର୍ମଳାଙ୍କ ବଜେଟରୁ ନିବେଶକ କିଛି ପାଇବା ପରିବର୍ତ୍ତେ ଅଧିକ ହରାଇବାକୁ ଯାଉଥିବା ମନେ କରି ବର୍ତ୍ତମାନ ଷ୍ଟକ୍‌ ମାର୍କେଟରୁ ଦୂରେଇ ଯିବାକୁ ଶ୍ରେୟ ମନେ କରିଛନ୍ତି। ଫଳରେ ସୋମବାର କାରବାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୭୯୩ ପଏଣ୍ଟ ହ୍ରାସ ପାଇ ୩୮,୭୨୦ ଓ ନିଫ୍ଟି ୨୫୨ ପଏଣ୍ଟ କମି ୧୧,୫୫୮ ସ୍ତରରେ ବନ୍ଦ ହୋଇଛି। ସେନସେକ୍ସ ଇଣ୍ଟ୍ରା ଡେ ଅର୍ଥାତ୍‌ ଦିନକ ମଧ୍ୟରେ ଏକ ସମୟରେ ପ୍ରାୟ ୯୦୦ ପଏଣ୍ଟ ହ୍ରାସ ପାଇଥିଲା। ଗୋଟିଏ ଦିନରେ ବଜାର ଏତେ ବଡ଼ ମାତ୍ରାରେ ହ୍ରାସ ପାଇବା କାରଣରୁ ନିବେଶକଙ୍କର ୩.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଶୁକ୍ରବାର ଓ ଆଜିର ଦିନକୁ ମିଶାଇଲେ ନିବେଶକ ପ୍ରାୟ ୫.୫୫ ଲକ୍ଷ କୋଟି ଟଙ୍କା ମାତ୍ର ୨ ଦିନରେ ହରାଇ ସାରିଲେଣି।
ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯିବା ଯୋଗୁ ଷ୍ଟକ୍‌ ମାର୍କେଟ ଠାରୁ ସେମାନେ ଦୂରେଇ ଯିବାକୁ ପସନ୍ଦ କରିଛନ୍ତି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ବହୁ ଆଶା ରହିଥିଲା। କେଡିଆ କମୋଡିଟି ଡାଇରେକ୍ଟର ଅଜୟ କେଡିଆଙ୍କ ମତରେ ବଜେଟରୁ ଟିକସ କ୍ଷେତ୍ରରେ ଅଧିକ ଛାଡ଼ ମିଳିବ ବୋଲି ନିବେଶକଙ୍କର ଆଶା ଥିଲା। କିନ୍ତୁ ସେମାନଙ୍କୁ କିଛି ମିଳି ନ ଥିଲା। ଏହାର ଓଲଟା ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ଲାଗି ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିସିଜି)କୁ ବଜେଟରେ ବୃଦ୍ଧି କରାଯାଇଛି। ଏହାକୁ ମାର୍କେଟ ସହଜରେ ଗ୍ରହଣ କରିପାରିନାହିଁ। ତାଙ୍କ ମତରେ ବାଏବ୍ୟାକ୍‌ ଟିକସ ଓ କିଛି ବର୍ଷ ପରେ ପବ୍ଲିକ୍‌ ଶେୟାରହୋଲ୍ଡିଙ୍ଗସ୍‌ ବୃଦ୍ଧି କରାଯିବାକୁ ସରକାରଙ୍କ ଯୋଜନା ସମ୍ପର୍କରେ ବଜେଟରେ ଉଲ୍ଲେଖ କରାଯାଇଥିବାରୁ ନିବେଶକଙ୍କ ମୁଡ଼ ଖରାପ କରିଛି। ବଜେଟରେ ତାଲିକାଭୁକ୍ତ କମ୍ପାନୀଙ୍କ ସର୍ବନିମ୍ନ ପବ୍ଲିକ୍‌ ଶେୟାର ହୋଲ୍ଡିଙ୍ଗ ସୀମାକୁ ୨୫ରୁ ୩୫%କୁ ବୃଦ୍ଧି କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି। ତାଲିକାଭୁକ୍ତ କମ୍ପାନୀଙ୍କ ପକ୍ଷରୁ ବଜାରରେ ଏକାସାଙ୍ଗରେ ଅତିରିକ୍ତ ଶେୟାର ଅଣାଗଲେ ନଗଦ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ବଜାରରେ ଆଶଙ୍କାବ୍ୟକ୍ତ କରାଯାଇଛି। ସରକାରଙ୍କ ଏହି ଘୋଷଣା ଯୋଗୁ ଟିସିଏସ୍‌, ଓ୍ବିପ୍ରୋ, ଡିମାର୍ଟ ଭଳି ବଡ଼ କମ୍ପାନୀ ସମେତ ୧୧୭୪ ତାଲିକାଭୁକ୍ତ କମ୍ପାନୀଙ୍କ ପ୍ରମୋଟରଙ୍କ ମୋଟ ୩.୮୭ ଲକ୍ଷ କୋଟି ଶେୟାର ସଂଖ୍ୟା କମାଇବାକୁ ହେବ ବୋଲି ମନେ କରାଯାଉଛି। ସେହିପରି ବଜେଟରେ ଘରୋଇ ଅର୍ଥନୀତିକୁ ଗତିଶୀଳ କରିବା ଲାଗି କୌଣସି ସ୍ପଷ୍ଟ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇ ନାହିଁ ବୋଲି ମନେ କରାଯାଉଛି। ନିବେଶ ଓ ବ୍ୟବହାର କିପରି ବଢ଼ିବ ସେ ନେଇ ବଜେଟରେ ସ୍ପଷ୍ଟ କରାଯାଇନାହିଁ। ଏଥିଯୋଗୁ ନିବେଶକ ନିରାଶ ହୋଇଛନ୍ତି।
ସେହିପରି ବଜେଟରେ ଅତିଧନୀଙ୍କ ଉପରେ ସରଚାର୍ଜ ବୃଦ୍ଧି କରଗଲା। ବଜେଟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଫାଇନାନ୍ସ ବିଲ୍‌ ଉପସ୍ଥାପନ କଲେ। ଟ୍ରଷ୍ଟ ଭାବେ ପଞ୍ଜୀକୃତ ହୋଇଥିବା ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରେ ମଧ୍ୟ ସରଚାର୍ଜ ବୃଦ୍ଧି କରାଯିବ ବୋଲି ଏଥିରୁ ଜଣାପଡିଲା। ଏହାର ସବୁଠାରୁ ବଡ଼ ପ୍ରଭାବ କ୍ୟାଟେଗରୀ-୩ ଅଲ୍ଟରନେଟ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ଉପରେ ପଡିଛି। ଏଣୁ ଟ୍ରଷ୍ଟ ଭାବେ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଏଫ୍‌ପିଆଇଙ୍କୁ ଏବେ ଅଧିକ ସରଚାର୍ଜ ଦେବାକୁ ହେବ। ଭାରତରେ ୭୦ ପ୍ରତିଶତ ଏଫ୍‌ପିଆଇ ନନ୍‌ କର୍ପୋରେଟ ଭାବେ ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଏଓପି ଲାଗି ନିଜର ପ୍ୟାନ୍‌ କାର୍ଡ ଦେଇଛନ୍ତି। ହେଜ୍‌ ଫଣ୍ଡ ଓ ଇଣ୍ଡେକ୍ସ ଫଣ୍ଡ ଭାବେ ପରିଗଣିତ କ୍ୟାଟେଗରୀ-୩ର ରେଜିଷ୍ଟ୍ରିଭୁକ୍ତ ଫଣ୍ଡ ଫାଇନାନ୍ସ ବିଲ୍‌ ଓ ବଜେଟ ଯୋଗୁ ଅଧିକ ପ୍ରଭାବିତ ହେବେ। ବର୍ତ୍ତମାନ ଏକ ବର୍ଷ ପରେ ୧ ଲକ୍ଷ ଟଙ୍କାର ଶେୟାର ବିକ୍ରି ଉପରେ ନିବେଶକଙ୍କୁ ଏଲ୍‌ଟିସିଜି ଟିକସ ଭାବେ ୧୧.୯ ପ୍ରତିଶତ ଦେବାକୁ ପଡିଥାଏ। ଏହି ଅବଧି ବର୍ଷକରୁ କମ୍‌ ସମୟ ହୋଇଥିଲେ ଟିକସ ପରିମାଣ ୧୭.୯୪% ହୋଇଥାଏ। ସେହିପରି ୨ କୋଟିରୁ ୫ କୋଟି ଟଙ୍କା ମଧ୍ୟରେ ଆୟ ଲାଗି ସରଚାର୍ଜ ଟ୍ୟାକ୍ସ ୧୫ ବଦଳରେ ୨୫% ଟିକସ ସରଚାର୍ଜ ଦେବାକୁ ହେବ। ଅନ୍ୟପକ୍ଷରେ ୫ କୋଟି ଟଙ୍କାରୁ ଅଧିକ ଆୟ କ୍ଷେତ୍ରରେ ସରଚାର୍ଜ ପରିମାଣ ୧୫ରୁ ୩୭%କୁ ବୃଦ୍ଧି ପାଇବ। ବିଦେଶରେ ବହୁ ଫଣ୍ଡ ରହିଛି ଯିଏ କି ଆସୋସିଏଶନ ଅଫ୍‌ ପର୍ସନ ଅଥବା ଟ୍ରଷ୍ଟ ରୂପରେ ପଞ୍ଜୀକୃତ ହୋଇଛି। ଏଫ୍‌ପିଆଇ ଶେୟାର ବିକ୍ରି କରି ୨କୋଟି ଟଙ୍କା ଆୟ କଲେ ତାଙ୍କୁ ୨୫% ସରଚାର୍ଜ ଦେବାକୁ ହେବ। ୫କୋଟି ଟଙ୍କାରୁ ଅଧିକ କ୍ଷେତ୍ରରେ ଏହା ୩୭% ହେବ।
ଆମେରିକା ନିଯୁକ୍ତି ଡାଟା
ଆମେରିକାର ନିଯୁକ୍ତି ଡାଟା ମଧ୍ୟ ବଜାର ହ୍ରାସର ଅନ୍ୟତମ ମୁଖ୍ୟ କାରଣ। ଅଜୟ କେଡିଆଙ୍କ ମତରେ ଜୁନ୍‌ରେ ଆମେରିକାରେ ଅଧିକ ନିଯୁକ୍ତି ହୋଇଛି। ଏହି କାରଣରୁ ଆମେରିକାର ରିଜର୍ଭ ବ୍ୟାଙ୍କ(ଫେଡେରାଲ ବ୍ୟାଙ୍କ) ଦ୍ୱାରା ଆଗାମୀ ଦିନରେ ସୁଧ ହାର ହ୍ରାସ କରାଯିବାର ସମ୍ଭାବନା କମ୍‌ ରହିଛି ବୋଲି ମନେ କରାଯାଉଛି। ଏହି କାରଣରୁ ବଜାର ଉପରେ ଚାପ ପଡିଥିଲା।
ପିଏନ୍‌ବିର ଆଉ ଏକ ଠକେଇ
ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଦ୍ୱାରା ହୋଇଥିବା ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଦୁର୍ନୀତି ଧରାପଡିବା ପରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡ ଦ୍ୱାରା ୩,୮୦୫.୧୫ କୋଟି ଟଙ୍କା ଆଉ ଏକ ଠକେଇ ଧରାପଡିଛି। ଏଥିଯୋଗୁ ବହୁ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପ୍ରଭାବିତ ହୋଇଥିବା ମନେ କରି ନିବେଶକ ବ୍ୟାଙ୍କ ଶେୟାର ବିକ୍ରି ଥିଲେ।
ଏସିଆ ବଜାରରେ ବିକ୍ରି ବୃଦ୍ଧି
ଆମେରିକାର ନିଯୁକ୍ତି ଡାଟାର ପ୍ରଭାବ ଏସିଆର ବିଭିନ୍ନ ଷ୍ଟକ୍‌ ବଜାର ଉପରେ ଦେଖିବାକୁ ମିଳିଥିଲା। ଏସ୍‌ଜିଏକ୍ସ ନିଫ୍ଟି, ନିକେଇ ୨୨୫, କୋସ୍ପି, ହ୍ୟାଙ୍ଗସେଙ୍ଗ,ତାଇଓ୍ବାନ ଓ୍ବେଟେଡ ଏବଂ ସାଂଘାଇ କମ୍ପୋଜିଟରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ଫଳାଫଳ ଘୋଷଣା ପୂର୍ବରୁ ସତର୍କତା
ଜୁନ୍‌ ତ୍ରୈମାସ ଲାଗି କମ୍ପାନୀଗୁଡ଼ିକର ଫଳାଫଳ ଘୋଷଣା ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଟିସିଏସ୍‌ର ଫଳାଫଳ ଘୋଷଣା ହେବ। ଚଳିତ ତ୍ରୈମାସରେ ମଧ୍ୟ ଫଳାଫଳ ସେଭଳି ଉତ୍ସାହଜନକ ହେବ ନାହିଁ ବୋଲି ନିବେଶକଙ୍କ ମଧ୍ୟରେ ଧାରଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri