Posted inଜାତୀୟ

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୁଶାସନ ପାଇଁ ନାଗରିକମାନଙ୍କ ଅଧିକାର ବଜାୟ ରଖିବା ଜରୁରୀ ହୋଇପଡ଼ିଛି। ମହାବିକାଶ ଅଘାଡ଼ି ମେଣ୍ଟ ପକ୍ଷରୁ ଦାଏର ଆବେଦନର ରାୟ ଶୁଣାଇ ମଙ୍ଗଳବାର ଏହା କହିଛନ୍ତି ସୁପ୍ରିମକୋର୍ଟ।
ସରକାର ଗଠନକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସ୍ଥିତିରେ ସୁପ୍ରିମକୋର୍ଟ ନିଜ ପରିସୀମା ସମ୍ପର୍କରେ ଅବତାରଣା କରିଛନ୍ତି। ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନା, ଅଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ୧୯ ପୃଷ୍ଠା ସମ୍ବଳିତ ରାୟର ପ୍ରଥମ ପାରାରେ କହିଛନ୍ତି, ଅଦାଲତଗୁଡ଼ିକର ବିଚାର ପରିସର ଓ ସଂସଦୀୟ ସ୍ବାଧୀନତା ମଧ୍ୟରେ ଦୀର୍ଘ ସମୟ ଧରି ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଛି। ଏଥିରେ ଦ୍ୱିମତ ହେବାର ନାହିଁ। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନ୍ୟାୟିକ ହସ୍ତକ୍ଷେପ ଶେଷ ବିକଳ୍ପ ହୋଇଥିବାରୁ ସଂସ୍ଥାଗତ ଶିଷ୍ଟାଚାରର ପୁନର୍ଗଠନ ଓ କ୍ଷମତା ବିଭାଜନର ଆବଶ୍ୟକତା ରହିଛି।

ମଙ୍ଗଳବାର ଘଟଣାକ୍ରମ

ପୂର୍ବାହ୍ନ ୯ଟା ୧୪ : ଶିବସେନା ମୁଖପତ୍ର ‘ସାମ୍‌ନା’ ସମ୍ପାଦକୀୟରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସମାଲୋଚନା।
ପୂର୍ବାହ୍ନ ୧୦ଟା ୩୯ : ବୁଧବାର ଅପରାହ୍ନ ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ।
ପୂର୍ବାହ୍ନ ୧୧ଟା ୨୨ : ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଲେ ସତ୍ୟ କେବେହେଲେ ପରାଜୟ ହେବ ନାହିଁ।
ପୂର୍ବାହ୍ନ ୧୧ଟା ୩୨ : ମହାରାଷ୍ଟ୍ରରେ ଭାଜପାର ରାଜନୀତିକୁ ବିରୋଧ କରି ସମ୍ବିଧାନ ଦିବସରେ ପାର୍ଲାମେଣ୍ଟର ମିଳିତ ଅଧିବେଶନକୁ କଂଗ୍ରେସ ଓ ଶିବସେନା ଏମ୍‌ପିଙ୍କ ସହ ବିରୋଧୀଙ୍କ କକ୍ଷତ୍ୟାଗ।
ପୂର୍ବାହ୍ନ ୧୧ଟା ୩୯ : ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅତୁଟ ରଖିଥିବାରୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଖୁସି ବ୍ୟକ୍ତ କଲେ।
ଅପରାହ୍ନ ୧୨ଟା ୭ : ଶିବସେନା ନେତା ଉଦ୍ଧବ ଠାକ୍‌ରେଙ୍କ ନିକଟରେ ୧୬୨ ବିଧାୟକଙ୍କ ସମର୍ଥନ ଥିବାରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଇସ୍ତଫା ଦେଇଦେବା ଉଚିତ ବୋଲି ମତ ଦେଲେ ଶିବସେନା ନେତା ଏକ୍‌ନାଥ ସିନ୍ଦେ।
ଅପରାହ୍ନ ୧୨ଟା ୩୪ : ସାମ୍ପ୍ରତିକ ମହାରାଷ୍ଟ୍ରର ରାଜନୈତିକ ସ୍ଥିତିରେ କେନ୍ଦ୍ରର ହସ୍ତକ୍ଷେପକୁ ଦେଖିଲେ ସାମ୍ବିଧାନିକ ନୀତିଆଦର୍ଶ ସୁରକ୍ଷିତ ଥିବା ଭଳି ଲାଗୁନି ବୋଲି ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।
ଅପରାହ୍ନ ୧ଟା ୧୮ : ମଙ୍ଗଳବାର ସନ୍ଧ୍ୟାରେ ଫଡ୍‌ନବିସ ଡ଼ାକିଥିବା ବୈଠକରେ ଯୋଗଦେବାକୁ ସମସ୍ତ ନବନିର୍ବାଚିତ ଭାଜପା ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ କୁହାଗଲା।
ଅପରାହ୍ନ ୨ଟା ୧୭ : ଆସ୍ଥାଭୋଟ ପୂର୍ବରୁ ଜଣେ ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେବା ଲାଗି କଂଗ୍ରେସ ମତ ଦେଲା।
ଅପରାହ୍ନ ୨ଟା ୨୯ : ପାର୍ଲାମେଣ୍ଟରେ ଅନୁଷ୍ଠିତ ସମ୍ବିଧାନ ଦିବସକୁ ବର୍ଜନ କରିଥିବା କଂଗ୍ରେସକୁ ଭାଜପା ନେତା ରବିଶଙ୍କର ପ୍ରସାଦଙ୍କ ସମାଲୋଚନା।
ଅପରାହ୍ନ ୩ଟା ୧ : ମହାରାଷ୍ଟ୍ରରେ ଶକ୍ତିପରୀକ୍ଷା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ ଶାହ ଓ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ମଧ୍ୟରେ ବୈଠକ।
ଅପରାହ୍ନ ୩ଟା ୧୬ : କଂଗ୍ରେସ, ଏନ୍‌ସିପି ସହଯୋଗରେ ଶିବସେନା ନେତା ଉଦ୍ଧବ ଠାକ୍‌ରେ ସମ୍ପୂର୍ଣ୍ଣ ୫ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳୀୟ ନେତା ସଞ୍ଜୟ ରାଉତ ମତ ଦେଲେ।
ଅପରାହ୍ନ ୩ଟା ୧୮ : ଅଜିତ ପାଓ୍ବାର ଏବେ ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟରେ ବୋଲି ଶିବସେନା ନେତା ସଞ୍ଜୟ ରାଉତ ଦାବି କଲେ।
ଅପରାହ୍ନ ୩ଟା ୨୦ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବାରଙ୍କ ଇସ୍ତଫା ଦେଇଥିବା କହିଲେ ଶିବସେନା ନେତା ସଞ୍ଜୟ ରାଉତ।
ଅପରାହ୍ନ ୩ଟା ୩୬ : ମହାରାଷ୍ଟ୍ର ଜନମତ ଶିବସେନା ଅପେକ୍ଷା ଭାଜପା ପାଖରେ ଅଧିକ ବୋଲି ଖବରଦାତା ସମ୍ମିଳନୀରେ ମତ ଦେଲେ ଦେବେନ୍ଦ୍ର ଫଡ୍‌ନବିସ୍‌।
ଅପରାହ୍ନ ୩ଟା ୪୪ : ରାଜଭବନକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଖବରଦାତା ସମ୍ମିଳନୀରେ କହିଲେ ଫଡ୍‌ନବିସ୍‌।
ଅପରାହ୍ନ ୫ଟା ୬ : ଭାଜପା ନେତା କାଳିଦାସ କୋଲମ୍ବକରଙ୍କୁ ମହାରାଷ୍ଟ୍ର ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଗଲା।
ରାତି ୮ଟା ୧୨ : ରାଜ୍ୟପାଳଙ୍କୁ ତରବରିଆ ନିଷ୍ପତ୍ତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେଗୌଫଡ଼ାଙ୍କ ସମାଲୋଚନା। ହଠାତ୍‌ ରାଷ୍ଟ୍ରପତି ଶାସନ ହଟାଇ ଫଡ୍‌ନବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।
ରାତି ୯ଟା ୧୨ : ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବାମ ଦଳର ସମାଲୋଚନା।
ରାତି ୯ଟା ୧୩ : ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ।
ରାତି ୯ଟା ୩୯ : ଏନ୍‌ସିପି ନେତା ଅଜିତ ପାଓ୍ବାର ଦଳୀୟ ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ।
ରାତି ୯ଟା ୪୦ : ଉଦ୍ଧବ ଠାକ୍‌ରେ ରାଜଭବନରେ ପହଞ୍ଚି ମହାରାଷ୍ଟ୍ରରେ ନୂଆ ସରକାର ଗଠନ ଲାଗି ଦାବି କଲେ।
ରାତି ୯ଟା ୪୬ : ମୁମ୍ବାଇରେ ବରିଷ୍ଠ ଭାଜପା ନେତା ଓ ନବନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ବୈଠକ ଆରମ୍ଭ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri