Categories: ବାଣିଜ୍ୟ

ବଜାର ସ୍ଥିତି ଉପରେ ଆର୍‌ବିଆଇ ନଜର: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୮।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ ଏହାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଦେଶର ଆର୍ଥତ୍କ ସ୍ଥିତି, ବିତ୍ତ ବଜାର, ନଗଦ ଉପଲବ୍ଧତା ଏବଂ ଅଂଶୀଦାରଙ୍କ ଉନ୍ନତି ହେବା ଭଳି ଯୋଜନା ହାତକୁ ନିଆଯାଉଛି ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ମୁଦ୍ରାସ୍ଫୀତି ସମ୍ପର୍କରେ ସୂଚନା ଦେଇ ସେ ପୁଣି କହିଛନ୍ତି, ଏଥିରେ ବୃଦ୍ଧି ଘଟିଥିଲେ ମଧ୍ୟ ୨୦୨୦-୨୧ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହା ୪%ରୁ ନିମ୍ନକୁ ଖସିବା ନେଇ ଆଶା ରହିଛି। ଏହା ହେଲେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିକୁ ଠିକ୍‌ କରିବା ଲାଗି ରେପୋ ହ୍ରାସ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଅଧିକ ସୁଯୋଗ ସୃଷ୍ଟି ହେବ।

Share