Categories: ବାଣିଜ୍ୟ

ବଜାରକୁ ଆସିଲା ହୋଣ୍ଡାର ଲିମିଟେଡ ଏଡିଶନ ଆକ୍ଟିଭା ୫ଜି, ସିବି ସାଇନ୍‌

ନୂଆଦିଲ୍ଲୀ,୨୮-୫: ହୋଣ୍ଡା ମୋଟର ସାଇକେଲ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଲିମିଟେଡ ଏଡିଶନ ଆକ୍ଟିଭା ୫ଜି ଏବଂ ନୂଆ ସିବି ସାଇନ ବଜାରକୁ ଆସିଛି। ଲିମିଟେଡ ଏଡିଶନ ଆକ୍ଟିଭା ୫ଜିରେ ୧୦ ନୂଆ ପ୍ରିମିୟମ ଷ୍ଟାଇଲ ସଂଯୋଗ ହୋଇଛି। ଏହା ପର୍ଲ ପ୍ରିସିୟସ ହ୍ବାଇଟ ସହ ମେଟ ସିଲଭର କଲ୍‌ର ଏବଂ ଷ୍ଟ୍ରୋଣ୍ଟିୟମ ସିଲଭର ମେଟାଲିକ ସହ ପର୍ଲ ଇଗ୍ନିୟସ ବ୍ଲାକ ରଙ୍ଗରେ ଆସିଛି। ସେହିଭଳି ଲିମିଟେଡ ଏଡିଶନ ସିବି ସାଇନ ୫ ନୂଆ ପ୍ରିମିୟମ ଷ୍ଟାଲଲ ଏଡିଶନ ସହ ଆସୁଛି। ବ୍ଲାସ ସହ ଇମ୍ପେରିଆଲ ରେଡ ମେଟାଲିକ୍‌ ଏବଂ ବ୍ଲାକ୍‌ ସହ ସ୍ପିୟର ସିଲଭର ମେଟାଲିକ ରଙ୍ଗରେ ଏହା ଉପଲବ୍ଧ।

ହୋଣ୍ଡା ସର୍ବଦା ଗ୍ରାହକଙ୍କୁ ପ୍ରାଥମିକତା ଦେଇ ଆସିଥିବା ବେଳେ ନୂଆ ମଡେଲଗୁଡିକ ବଜାରକୁ ଛାଡି ଏହି ଧାରାକୁ ଆଉ ପାଦେ ଆଗକୁ ନେଇଥିବା କମ୍ପାନୀ ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିୟା କହିଛନ୍ତି। ନୂଆ ଆକ୍ଟିଭା ୫ଜିରେ ଷ୍ଟାଇଲିସ ଗ୍ରାଫ୍ଟିକ୍ସ, ବ୍ଲାକ ରିମ୍‌, କ୍ରୋମ ମଫଲର କଭର, କମ୍ପ୍ଲିଟଲି ବ୍ଲାକ ଆଉଟ ଇଞ୍ଜିନ, ଗ୍ରାବ ରେଲ ଇଣ୍ଟେରିୟର କଭର ଏବଂ କଣ୍ଟ୍ରାଷ୍ଟ କଲର ସିଟ ରହିଛି। ଏହା ୫୫,୦୩୨ ଟଙ୍କାର ଉପଲବ୍ଧ ହେଉଛି। ସେହିଭଳି ନୂଆ ସିବି ସାଇନ ଅତ୍ୟାଧୁନିକ ଗ୍ରାଫିକ୍ସ, ଡାଇନାମିକ କଲର ଥିମ ଗ୍ରାବ ରେଲ, ମଡର୍ନ ସାଇଡ କାଉଲ, ବୋଲ୍ଡ ଡୁଆଲ ଟୋନ ଟ୍ୟାଙ୍କ, ଷ୍ଟନିଂ ଡେକାଲ୍ସ ସହ ଆସୁଥିବା ବେଳେ ଏହାର ବଜାର ଦର ୫୯,୦୮୩ ଟଙ୍କା ରହିଥିବା କମ୍ପାନୀ ପ୍ରକାଶ କରିଛି।

Share