ବଜାଜର ୨ ନୂଆ ମଡେଲ ବଜାରରେ

ଭୁବନେଶ୍ୱର, ୧୯-୭: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଣ୍ଟିନା ୧୧୦ ଏଚ୍‌-ଗିୟର ଏବଂ ସିଟି ୧୧୦ ମଡେଲ ବଜାରକୁ ଆସିଛି। ହାଇଓ୍ବେ ରାଇଡିଂକୁ ନଜରରେ ରଖି ନୂଆ ପ୍ଲାଣ୍ଟିନାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଡିଜିଟାଲ କନସୋଲ ଏବଂ ଗିୟରସିଫ୍ଟ ଗାଇଡ ସ୍ଥାନିତ ହୋଇଛି। ସେହିଭଳି ଗ୍ରାହକମାନେ ଆଣ୍ଟି ସ୍କିଡ ବ୍ରେକିଂ ସିଷ୍ଟମ, କମ୍ଫରଟେକ ଟେକ୍ନୋଲୋଜି, ନାଇଟ୍ରକ୍ସ ଏସ୍‌ଓଏସ୍‌ ସସପେନଶନ, ବ୍ରଡର ରବର ଫୁଟପ୍ୟାଡ,ଲମ୍ବା ସିଟ,ଟ୍ୟୁବଲେସ ଟାୟାର, ୩ଡି ଲୋଗୋ, ନୂଆ ଡେକାଲ ଭଳି ଅନ୍ୟ ଫିଚର ପାଇବେ। ଏହାର ଡ୍ରମ ଭାରିଆଣ୍ଟ ବଜାର ଦର ୫୩,୩୭୬ ଟଙ୍କା ଏବଂ ଡିସ୍କ ଭାରିଆଣ୍ଟ ବଜାର ଦର ୫୫,୩୭୩ ଟଙ୍କା ରହିଛି। ଏହା ଇବୋନି ବ୍ଲାକ ସହ ବ୍ଲୁଡେକାଲ , ଇବୋନି ବ୍ଲାକ ସହ ରୟାଲ ବରଗଣ୍ଡି ଡେକାଲ ଏବଂ କକଟେଲ ଓ୍ବାଇନ ରେଡ ରଙ୍ଗରେ ଆସୁଛି। ଏହି ମଡେଲଟିରେ ଗ୍ରାହକ ଆରାମ, ମାଇଲେଜ, ପିକଅପ୍‌ ଏବଂ ଷ୍ଟାଇଲ ପାଇପାରିବେ ବୋଲି କମ୍ପାନୀର ମୋଟର ସାଇକେଲ ବାଣିଜ୍ୟ ସଭାପତି ସାରଙ୍ଗ କନାଦେ କହିଛନ୍ତି।
ସେହିଭଳି ନୂଆ ସିଟି ୧୧୦ ଏଣ୍ଟ୍ରି ଲେଭଲ ମୋଟର ସାଇକେଲ କ୍ଷେତ୍ରରେ ବେଷ୍ଟ ଭାଲ୍ୟୁ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାର ଏକ୍ସ ଶୋ’ରୁମ ଦିଲ୍ଲୀ ମୂଲ୍ୟ ୩୭,୯୯୭ ଟଙ୍କା ରହିଛି। ଏଥିରେ ୧୧୫ ସିସି ଡିଟିଏସ୍‌ଆଇ ଇଞ୍ଜିନ, ଉନ୍ନତ ମାଇଲେଜ, ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ, ଦୃଢ କ୍ରାସ ଗାର୍ଡ ସହ ଉନ୍ନତ ବୈଶିଷ୍ଟ୍ୟ ରହିଛି। ଏହାର କିକ୍‌ ଷ୍ଟାର୍ଟ ଭାରିଆଣ୍ଟ ମୂଲ୍ୟ ୩୭,୯୯୭ ଟଙ୍କା ହୋଇଥିବା ବେଳେ ଇଲେକଟ୍ରିକ ଷ୍ଟାର୍ଟ ବଜାର ଦର ୪୪,୪୮୦ ଟଙ୍କା ରହିଛି। ମେଟ ଅଲିଭ ଗ୍ରିନ ସହ ହଳଦି ରଙ୍ଗର ଡେକାଲ୍ସ, ଗ୍ଲସି ଇବୋନି ବ୍ଲାସ ସହ ନୀଳ ଡେକାଲ୍ସ, ଗ୍ଲସ ଫ୍ଲେମ ରେଡ ସହ ବ୍ରାଇଟ ରେଡ ଡେକାଲ୍ସ ରଙ୍ଗରେ ଏହା ଆସୁଛି। ଗ୍ରାହକ ଏହି ମଡେଲରେ ଗୁଣବତ୍ତା ସହ ଶକ୍ତି,ମାଇଲେଜ ଏବଂ ଆକର୍ଷଣୀୟ ମୂଲ୍ୟ ଲାଭ କରିପାରିବେ ବୋଲି କନାଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri