ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ : ଉଲ୍‌ଗୁଲାନର ଚେତାବନୀ ଦେଲା ବେଉସାୟୀ ସଂଘ

ମନମୁଣ୍ଡା, ୯।୬ (ଡି.ଏନ.ଏ): – ବୌଦ୍ଧ ଜିଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଡ଼ାକେ ଲାଗି ୨୦୧୬ ସାଲେ ୩ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ ଥଁଡା ପାଏନ୍‌ ପ୍ରକଳ୍ପ ତିଆର କରାଯାଇଥିଲା। ଉଦେଶ୍‌ ଥିଲା ରୁଗୀ ଆର ତାକର ସହଯୋଗୀମାନେ ଅତିକମ୍‌ରେ ଖରାଦିନେ ଥଁଡା ପିଇଲା ପାଏନ୍‌ ଟିକେ ପାଏବେ। ହେଲେ ପ୍ରକଳ୍ପଟା ଦିନାକେତେ ଠିକ୍‌ଠାକ୍‌ ଚାଲ୍‌ଲା ଉତାରୁ ମୋଟର ପୁଡ଼ି ଅଚଲ ହେଇଯାଇଥିଲା। ପଁଚେତ୍‌ ତରଫୁ ମୋଟର ମରାମତି କରାଯାଇଥିଲା ବଲି ଥାନୀୟ ସରପଁଚ୍‌ ମିନାକ୍ଷୀ ସାହୁକଁରନୁ ଜନାପଡ଼ିଛେ। ହେଲେ ଦେଖ୍‌ଭାଲ ଅଭାବୁ ହେଉ କି ଉନିଅଁା କେହେନ୍‌ସି କାରନ୍‌ରୁ ପ୍ରକଳ୍ପର ମୋଟର ଫେନ୍‌ ଅଚଲ ହେଇଯାଇଛେ। ଯେନ୍‌ଥିରଲାଗି ଆଏଜ୍‌କେ ପାଖାପାଖି ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ ହେଇ ପଡ଼ିରହିଛେ। ଇ ପ୍ରକଳ୍ପରେ ସବୁ ଲୁକ୍‌କର ସୁବିଧା ଲାଗି ମୁଖିଆ ରାସ୍‌ତା ଏନ୍‌ଏଚ୍‌-୫୭ ଫାଲକେ କେତେଟା ଟ୍ୟାପର ବେବସ୍‌ତା କରାଯାଇଥିଲାବେଲେ ଡାକ୍‌ତରଖାନା ପରିସର ଭିତିରକେ ବି ଟ୍ୟାପ୍‌ ରହିଛେ। ଇ ମୁଡ଼ଫଟା ଖରା ଝାଉକେ ପ୍ରକଳ୍ପଟା ଅଚଲ ହେଇ ପଡ଼ି ରହିଲାବେଲେ ସାଧାରନ୍‌ ଲୋକ୍‌, ରୁଗୀ ଆର ତାକର ସହଯୋଗୀମାନେ ଥଁଡା ପାଏନ୍‌ ଟିକେର ଲାଗି ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ମନମୁଣ୍ଡା ଡାକ୍‌ତରଖାନା ଛକରେ ଜଲଛତରଟେ ବି ନଁାଇଁନ। ସେନ୍‌ତା ଥାନୀୟ ଲୋକ୍‌, ରୁଗୀ ଆର ତାକର ଲୋକ୍‌ମାନେ ଡାକ୍‌ତରଖାନା ପାସେ ଥିବାର ଗୁଟେ ନଲ୍‌ଚୁଅଁା ଉପରେ ଭରସା କରି ଚଲୁଛନ୍‌। ହେଲେ ସେ ନଲ୍‌ଚୁଅଁାର ପାଏନ୍‌ ବି ପିବାକେ ସୁଆଦିଆ ନୁହେ। ହେଲେ ଲୋକ୍‌ ଉପେ ଶୂଇନ୍‌ ହେଇ ସେ ପାଏନ୍‌କେ ବେଭାର କରୁଛନ୍‌। ଇ ବାବ୍‌ଦେ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡାକ୍‌ତର ମହେନ୍ଦ୍ର କୁମାର ସଏକୁଁ ପଚରାଲାରୁ ପ୍ରକଳ୍ପ ପଁଚେତ୍‌ ବିଭାଗ ଦାୟୀତିଅରେ ଅଛେ। ରୁଗୀମାନକର ଲାଗି ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ଓ୍ବାର୍ଡ ପାସେ ଥଁଡା ପାଏନ୍‌ର ବେବସ୍‌ତା ଥିବାର ସେ କହିଥିଲେ। ସେନ୍‌ତା ସରପଁଚ୍‌ ମିନାକ୍ଷୀ ସାହୁକୁଁ ପଚରାଲାରୁ ପ୍ରକଳ୍ପ ବ୍ଲକ ତରଫୁ ହେଇଛେ। ବ୍ଲକ, ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇକୁଁ ଫୋନ କଲେ ନାଇଁ ଉଠାବାର ବଲି ସେ କହିଥିଲେ। ବିଭାଗୀୟ କତୁରପକ୍ଷକଁର ଅବହେଲାର ଲାଗି ବହୁତ୍‌ ଦିନ ହେଲା ପ୍ରକଳ୍ପ ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଜନସାଧାରନରେ ଅସନ୍‌ତୋଷ ଦେଖାଦେଇଛେ। ଯେତେ ଜଲ୍‌ଦି ହେବା ପ୍ରକଳ୍ପକେ ସଚଲ କରାଯାଉ ନାଇଁହେଲେ ଆଏବାର ଦିନେ ଆଂଦୋଲନ କରାଯିବା ବଲି ଡାକ୍‌ତରଖାନା ଛକ ବେଉସାୟୀ ଆର ବୁଧିଜୀବୀମାନେ ଚେତାବନୀ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri