ତେଲୁଗୁ ସ୍ପୋଟର୍ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ କପୁର ଅଭିନୀତ ଏହି ଫିଲ୍ମଟି ସମୀକ୍ଷକଙ୍କଠାରୁ ମିଶ୍ରିତ ସମୀକ୍ଷା ପାଇଥିଲା। କିନ୍ତୁ ପ୍ରଥମ ଦିନରେ ଏହା ଆଶାକୁ ଅତିକ୍ରମ କରିଯାଇଥିଲା। ମୁକ୍ତିଲାଭ କରିବାର ୪୮ ଘଣ୍ଟା ମଧ୍ୟରେ, ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୬ର ତୃତୀୟ ସର୍ବାଧିକ ଆୟକାରୀ ଟଲିଉଡ ଫିଲ୍ମ ହୋଇଯାଇଛି। ପେଡ୍ଡି ମୁକ୍ତିଲାଭର ୨ ଦିନରେ ମୋଟ ଆୟ ୯୬.୪୦ କୋଟି ଟପିଛି।
ରାମ ଚରଣଙ୍କ ଫିଲ୍ମ ଦର୍ଶକଙ୍କଠାରୁ ସକାରାତ୍ମକ ସମୀକ୍ଷା ପାଉଛି। ତେଲୁଗୁ ସିନେମାରେ ଅନ୍ୟ କୌଣସି ପ୍ରତିଯୋଗିତା ନ ଥିବାରୁ, ଏହାର ଏକ ଦୃଢ଼ ପ୍ରାରମ୍ଭିକ ସପ୍ତାହାନ୍ତ ହେବ ବୋଲି ଆଶା କରାଯାଉଛି। ଏହି ସ୍ପୋର୍ଟସ ଆକ୍ସନ ଡ୍ରାମା ଆଜି ସହଜରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବ।
ଫିଲ୍ମ ପେଡ୍ଡି ମେ ୪ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଜାହ୍ନବୀଙ୍କ କିଛି ଦୃଶ୍ୟ ପାଇଁ ମଧ୍ୟ ଶିରୋନାମା ପାଲଟିଛି। କେତେକ ଅଭିଯୋଗ କରିଛନ୍ତି ଯେ, ନିର୍ଦ୍ଦେଶକ ବୁଚି ବାବୁ ସାନା ଜାହ୍ନବୀଙ୍କ ଦୃଶ୍ୟରେ ଜାଣିଶୁଣି ମହିଳା ଶରୀରକୁ ଆପତ୍ତିଜନକ ଭାବରେ ପ୍ରଦର୍ଶନ କରିଥିଲେ। ନିର୍ଦ୍ଦେଶକ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।
Dharitri – Odisha’s No.1 Odia Daily

