Posted inଖେଳ

ବକ୍ସର, କୋଚ୍‌ଙ୍କ ପାଇଁ କୋଭିଡ୍‌- ୧୯ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଳୀ,୨୪।୫: ଭାରତୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଏକ ନୂଆ କଥା ଦେଖିବାକୁ ମଳିଛି। ଦେଶର ଆଗଧାଡିର ବକ୍ସର ଓ କୋଚ୍‌ମାନଙ୍କ ପାଇଁ ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯିବ ବୋଲି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ତରଫରୁ କୁହାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିରରେ ରହଣି ସମୟରେ ଚିକିତ୍ସା ପାଇଁ ଏମାନଙ୍କୁ କୋଭିଡ-୧୯ ସ୍ବାସ୍ଥ୍ୟ ବୀମା ପରିସର ଭୁକ୍ତ କରାଯିବା ନେଇ ଯୋଜନା ହୋଇଛି। ଏହି ବୀମା ପଲିସିରେ ବକ୍ସର, କୋଚ୍‌ଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସାମିଲ ରହିବେ। ଏହା ବ୍ୟତୀତ କ୍ୟାମ୍ପରେ ସାମିଲ ଥିବା ସମସ୍ତଙ୍କ ପାଇଁ ଅଲଗା ଭାବେ ମେଡିକାଲ ଇମର୍ଜେନ୍ସି ଓ ଦୁର୍ଘଟଣା ପାଇଁ ବୀମାର ବ୍ୟବସ୍ଥା କରାଯିବ। ବକ୍ସିଂ ବିଏଫ୍‌ଆଇ ଜାତୀୟ ପ୍ରଶିକ୍ଷଣରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ମାନକ ସଂଚାଳନ ପ୍ରକ୍ରିୟା (ଏସ୍‌ଓପି) ଉନ୍ମୋଚନ କରିଛି। ଏହି କ୍ରମରେ ବିଏଫ୍‌ଆଇ ଦେଶର ପ୍ରଥମ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ଭାବେ କୋଭିଡ-୧୯ ମହାମାରୀ ପାଇଁ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା କରିଛି।
ବକ୍ସର ଓ କୋଚ୍‌ମାନଙ୍କ ପାଇଁ ବେସିକ ଇନ୍ସ୍ୟୁରାନ୍ସ ବାବଦରେ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବା ମାତ୍ରେ ଏହି ବୀମା ପଲିସି କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ ଶିବିରରେ ଟ୍ରେନିଂ ଅବସରରେ କେତୋଟି ନିର୍ଦ୍ଦେଶନାମା ଜାରି କରାଯାଇଛି। ଖେଳାଳି ଓ କୋଚ୍‌ମାନେ ଏହାକୁ ଅନୁସରଣ କରିବେ ବୋଲି ବିଏଫ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବକ୍ସରମାନଙ୍କ ଟ୍ରେନିଂ ୩-୪ ଜଣଙ୍କୁ ନେଇ ଛୋଟିଆ ଛୋଟିଆ ଗ୍ରୁପ୍‌ରେ ଆରମ୍ଭ କରାଯିବ। ଟ୍ରେନିଂ ସେଣ୍ଟରରରେ ପହଞ୍ଚିବା ପୂର୍ବରୁ ସବୁ ବକ୍ସର ଓ କୋଚ୍‌ମାନଙ୍କର ପରୀକ୍ଷା ହେବ। ପରୀକ୍ଷାର ଫଳାଫଳ ଜଣା ନ ପଡିବା ପର୍ଯ୍ୟନ୍ତ ସମସ୍ତେ ବାଧ୍ୟତାମୂଲକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ବିଏଫ୍‌ଆଇ ତରଫରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri