Categories: ମେଟ୍ରୋ

ଫ୍ୟାନରୁ କମନ ବ୍ରୋଞ୍ଜ ବ୍ୟାକଟ୍ରି ପ୍ରଜାତିର ସାପ ଉଦ୍ଧାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଳକାଟି ଦୋପଟି ସାହି ନିବାସୀ ଅଶୋକ କୁମାର ସାହୁଙ୍କ ଘରୁ ମଙ୍ଗଳବାର ଏକ ସାପ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନରେ ସାପଟି ଝୁଲୁ ଥିବା ଦେଖି ଅଶୋକ ସ୍ଥାନୀୟ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ। ଖବରପାଇ ସ୍ନେକ ହେଲ୍ପଲାଇନ୍‌ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରି ଗାଁ ବାହାରେ ଥିବା ତୋଟାରେ ଛାଡିଥିଲେ। ସାପଟି କମନ ବ୍ରୋଞ୍ଜ ବ୍ୟାକଟ୍ରି ପ୍ରଜାତିର, ଯାହାକୁ ଓଡ଼ିଆରେ କାଣ୍ଡନାଳ ବୋଲି କୁହାଯାଏ । ତେବେ ଏହି ସାପଟି ସ୍କାଏଲାଇଟ ଦେଇ ଫ୍ୟାନ ଉପରକୁ ଯାଇଥିଲା ବୋଲି ଜଣାପଡ଼ିଛି।