Categories: ମେଟ୍ରୋ

ଫ୍ଲାଟ୍‌ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ : ବିଲଡର୍‌ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ):ରାଜଧାନୀରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ୨ କୋଟି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବିଲଡର୍‌ଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ବିଲଡର୍‌ ଜଣଙ୍କ ହେଲେ ଶୁଭାଦିତ୍ୟ ପ୍ରାଇଭେଟ୍‌ ଆଣ୍ଡ୍‌ ଲିମିଟେଡ୍‌ କମ୍ପାନୀର ମାଲିକ ଖୋର୍ଦ୍ଧା ଜିଲା ବେଗୁନିଆ ନୂଆଁସାହିର ଶୁଭେନ୍ଦୁ କୁମାର ଦାସ ା ସୂଚନା ମୁତାବକ, କମ୍ପାନୀ ଆରମ୍ଭ କରିବା ପରେ ଶୁଭେନ୍ଦୁ ଲୋକଙ୍କୁ ପଳାସୁଣି ଅଞ୍ଚଳରେ୨୪ ମାସ ଭିତରେ ଫ୍ଲାଟ୍‌ ତିଆରି କରି ଦେବାକୁ କହି ୬ରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ଠାରୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଫ୍ଲାଟ୍‌ ନ ଦେଇ ଦିନ ଗଡାଇ ଚାଲିଥିଲେ। ଫଳରେ ଲୋକେ ବିଲଡର୍‌ ମାଲିକ ଶୁଭେନ୍ଦୁଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ ା କିନ୍ତୁ ଶୁଭେନ୍ଦୁ ଲୋକଙ୍କ ଟଙ୍କା ଫେରସ୍ତ ନ କରି ମୋବାଇଲ ବନ୍ଦ କରି ଓ ଅଫିସ ବନ୍ଦ କରି ଫେରାର ହୋଇ ଲୁଚି ବୁଲୁଥିଲେ ା ଏନେଇ ଠକେଇର ଶିକାର ଜମାକାରୀ ଇନ୍ଦିରା ଶତପଥୀ ୨୦୧୯ ଅଗଷ୍ଟ ୮ରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ନଂ ୪୩୪/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ବିଲଡ଼ର ଶୁଭେନ୍ଦୁଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଥିଲା। ଏନେଇ ତାଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ଜାମିିନ୍‌ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।