Posted inଜାତୀୟ

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ।
ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ ମନମାନିକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ବିଏସ୍‌ଏଫ୍‌ ମୁଖ୍ୟ ଭି.କେ. ଜୋହରି ତାଙ୍କର ବାଂଲା ପ୍ରତିପକ୍ଷ ମେଜର ଜେନେରାଲ ଶାଫିନୁଲ୍‌ ଇସ୍‌ଲାମଙ୍କୁ ହଟ୍‌ଲାଇନ୍‌ରେ କଲ୍‌ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ଲାଗି ବିଜିବି ଡିଜି ପ୍ରତିଶ୍ରୁତି ଦେଇଛନ୍ତି। ଭାରତ-ବାଂଲାଦେଶ ମଧ୍ୟରେ ୪୦୯୬ କିଲୋମିଟର ଅନ୍ତର୍ଜାତୀୟ ସୀମାକୁ ଜଗୁଥିବା ଦୁଇଦେଶର ସେନା ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି ଓ କିଛି ଦଶନ୍ଧି ମଧ୍ୟରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ। ଗୁରୁବାର ଘଟଣା ଏକ ବ୍ୟତିକ୍ରମ। ଏହାକୁ ନେଇ ସୀମାନ୍ତ ସ୍ଥିତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଉଦ୍ୟମ କରାଯାଉଥିବା ଏକ ସୂତ୍ରରୁ ଜଣାପଡିଛି। ଘଟଣା ସମ୍ପର୍କରେ ବିଏସ୍‌ଏଫ ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରାଇଛି।
ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ବିଜିବି ଯବାନମାନେ ଗୁରୁବାର ସକାଳେ ମୁର୍ଶିଦାବାଦ ଜିଲାର କାକ୍‌ମାରିଚାର ସୀମାନ୍ତ ଘାଟିକୁ ଆସିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବିଜିବି ଯବାନ ଗିରଫ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବାକୁ ମତ୍ସ୍ୟଜୀବୀମାନଙ୍କୁ ବିଏସ୍‌ଏଫ୍‌ ଅନୁମତି ଦେଇଥିଲା। ଏହି ସୀମା ପଦ୍ମାନଦୀ ମଧ୍ୟଦେଇ ଯାଇଛି, ଯେଉଁଠୁ ପ୍ରଚୁର ଇଲିଶି ମିଳିଥାଏ। ବିଜିବି ଟିମ୍‌ ୨ ଜଣ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ଅନୁମତି ଦେଇଥିଲାବେଳେ ତୃତୀୟ ଜଣଙ୍କୁ ଗିରଫ କରିଥିବା ବିଏସ୍‌ଏଫ୍‌କୁ ଜଣାଇଦେଇଥିଲା। ବିଏସ୍‌ଏଫ୍‌ର ୬ ଜଣିଆ ଟିମ୍‌ ଘଟଣାର ସମାଧାନ ପାଇଁ ଏକ ମୋଟରବୋଟ୍‌ରେ ଯାଇଥିଲେ। ସେମାନେ ଆଲୋଚନା ସାରି ବୋଟକୁ ଫେରୁଥିଲାବେଳେ ପଛପଟୁ ସୟେଦ ନାମକ ବିଜିବିର ଜଣେ ଯବାନ ଗୁଳି ଚଳାଇବାରୁ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ବିଜୟ ଭାନ୍‌ ସିଂଙ୍କର ମୃତ୍ୟୁ ହୋଇଥିବାବେଳେ କନ୍‌ଷ୍ଟେବଲ୍‌ ରାଜବୀର ଯାଦବ ଗୁରୁତର ଆହତ ହୋଇଛନ୍ତି। ମତ୍ସ୍ୟଜୀବୀ ପ୍ରଣବ ମଣ୍ଡଳ ବିଜିବି ହାଜତରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri