ଫ୍ଲପ୍‌ ସିନେମା

ଗୋଟିଏ ଚଳଚ୍ଚିତ୍ରର ଟାଇଟଲ କ’ଣ ‘ଫ୍ଲପ୍‌ ସିନେମା’ ଦିଆଯାଇପାରେ ? ଏପରି ଏକ ନକାରାତ୍ମକ ଶୀର୍ଷକକୁ ନେଇ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଓଡିଆ ସିନେମା ଜଗତର ନାୟକ-କମ୍‌-ଖଳନାୟକ ବବି ମିଶ୍ର। ବବି ମିଶ୍ର ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଆ ସିନେମା ବିଷୟରେ ଆଦୌ ଅଭିଜ୍ଞତା ନ ଥାଇ ଜଣେ କିପରି ସିନେମା ନିର୍ଦ୍ଦେଶକ ହୋଇଛି ଏବଂ ସିନେମାଟିଏ ନିର୍ମାଣ କରିବା ପରେ ତାହାର ଅବସ୍ଥା କ’ଣ ହେଉଛି ତାହା ପରଦା ଉପରେ ଦେଖିବାକୁ ମିଳିବ। ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶନାରେ ଏହାର ବିଭିନ୍ନ ଭୂମିକାରେ ଶ୍ରୀତମ୍‌ ଦାସ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ରିୟା, ବିଜୁ ବଡଜେନା, ଇଲୁ ବାନାର୍ଜୀ, ସାତ୍ୟକି ମିଶ୍ର, ଦେବୁ ବ୍ରହ୍ମା ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଏଥିରେ ନାୟକ ସମ୍ବିତ ପ୍ରଥମ ଥର ପାଇଁ ନେଗେଟିଭ ଭୂମିକାରେ ଦେଖାଦେବେ। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା ମଧ୍ୟ କରିଛନ୍ତି ନିରଞ୍ଜନ। ଅଭିଜିତ ମଜୁମଦାର ଗୀତଗୁଡିକୁ ସ୍ବର ଦେଇଛନ୍ତି। ତେବେ ଏପରି ଏକ ସିନେମା ଥିବା ମସଲା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଚିତ୍ରଟି ରିଲିଜ ହେବା ପରେ ହିଁ ଜଣାପଡିବ।

Share