Categories: ବାଣିଜ୍ୟ

ଫୋଭର ପକ୍ଷରୁ କଳାକୃତି ପ୍ରଦର୍ଶନୀ

କଲିକତା,୧୦-୬: ମୋବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ କଲିକତା ସ୍ଥିତ ଏହାର ପ୍ରିମିୟମ ବ୍ରାଣ୍ଡ ଶୋ’ରୁମ ‘ଫୋଭର’ରେ ଏକ ଆର୍ଟ ଏକ୍‌ଜିବିଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ତର୍ଜାତୀୟ ଫର୍ନିଚର, ଡେକର, କିଚେନ୍ସ, ଲାଇଟସ ଏବଂ ହ୍ୟାଣ୍ଡ କ୍ରାଫ୍ଟ ଫ୍ୟାନ ଉପଲବ୍ଧ ହେଉଛି। ଏଥିରେ କଲେକ୍ସନଗୁଡିକ ଆକର୍ଷଣୀୟ ହୋଇଥିବା ବେଳେ ଫୋଭରର ଟ୍ୟାଗ ଲାଇନ ‘ଫର ଏଭର ଲଭ’ ରହିଛି। ଭାରତୀୟ କଳାକାର ଅଭନୀଶ ତ୍ରିବେଦୀ, ଜୀବନ ବିଶ୍ୱାସଙ୍କ କାରୁକାର୍ଯ୍ୟ ଏବଂ ଡିଜାଇନକୁ ଏଥିରେ ସାମିଲ କରାଯାଇଛି। ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଆର୍ଟଓ୍ବାର୍କ ଦ୍ୱାରା ଅଭନୀଶ ତ୍ରିବେଦୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର କାର୍ଯ୍ୟରେ ନିର୍ଦ୍ଦିଷ୍ଟ ସମୟର ସୌନ୍ଦର୍ଯ୍ୟତାକୁ ସାମିଲ କରି ଏକ ସ୍ବତନ୍ତ୍ରତା ପ୍ରଦାନ କରାଯାଇଥାଏ। ତାଙ୍କର ପ୍ରମୁଖ କଳାକୃତି ମଧ୍ୟରେ କଲିକତା ନଷ୍ଟାଲଜିଆ ଏବଂ ରିକ୍ସା ରହିଛି। ଜୀବନ ବିଶ୍ୱାସଙ୍କ କଳାକୃତିରେ ଆଧ୍ୟାତ୍ମିକତା,ବିଷ୍ଣୁ ଉପାସନା ଏବଂ ମାନବବାଦ ଭଳି ପ୍ରସଙ୍ଗ ସ୍ଥାନିତ ହୋଇଥାଏ।

Share