Categories: ବାଣିଜ୍ୟ

ଫୋବର୍‌ସ ତାଲିକା:୨୦୦୦ ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ୫୭ ଭାରତୀୟ ସାମିଲ

ନୂଆଦିଲ୍ଲୀ,୧୫-୬: ପ୍ରଖ୍ୟାତ ଫୋବର୍‌ସ ପତ୍ରିକା ପକ୍ଷରୁ ବିଶ୍ୱର ଶୀର୍ଷ ୨୦୦୦ କମ୍ପାନୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସମେତ ୫୭ ଭାରତୀୟ କମ୍ପାନୀ ସାମିଲ ହୋଇଛନ୍ତି। ଏହି ତାଲିକାରେ ହାଇସିଂ ଫାଇନାନ୍ସ କ୍ଷେତ୍ରରେ ଶୀର୍ଷ ଭାରତୀୟ କମ୍ପାନୀ ଏଚ୍‌୍‌ଡିଏଫ୍‌ସି ଲିମିଟେଡକୁ ଟପ୍‌ ୧୦ ଉପଭୋକ୍ତା ଫାଇନାନ୍ସ କମ୍ପାନୀରେ ସାମିଲ କରାଯାଇଛି। ପତ୍ରିକାର ତାଲିକାରେ କ୍ରମାଗତ ୭ମ ଥର ପାଇଁ ଚାଇନାର ଇଣ୍ଡଷ୍ଟ୍ରିଆଲ ବ୍ୟାଙ୍କ ଅଫ୍‌ ଚାଇନା ଶୀର୍ଷ ସ୍ଥାନ ହାସଲ କରିଛି। ସେହିପରି ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ ଭାରତୀୟ କମ୍ପାନୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼ କମ୍ପାନୀ ଭାବେ ୭୧ତମ ସ୍ଥାନରେ ରହିଛି। ତେବେ ତେଲ ଓ ଗ୍ୟାସ୍‌ କ୍ଷେତ୍ରରେ ଏହା ବିଶ୍ୱର ୧୧ତମ ସ୍ଥାନ ହାସଲ କରିପାରିଛି। ଏକ୍ଷେତ୍ରରେ ରୟାଲ ଡଚ୍‌ ସେଲ୍‌ ଶୀର୍ଷରେ ରହିଛି। ଉପଭୋକ୍ତା ଫାଇନାନ୍ସିଆଲ କ୍ଷେତ୍ରରେ ଆମେରିକାନ ଏକ୍ସପ୍ରେସଓ୍ବେ ପ୍ରଥମ ସ୍ଥାନରେ ଏବଂ ଭାରତର ଏଚ୍‌ଡିଏଫ୍‌ସି ଲିମିଟେଡ ୭ମ ସ୍ଥାନ ହାସଲ କରିପାରିଛି। ତେବେ ବିଶ୍ୱ-୨୦୦୦ରେ ଏହା ୩୩୨ ସ୍ଥାନ ହାସଲ କରିଛି। ଫୋବର୍‌ସ ତାଲିକାରେ ୬୧ ଦେଶର ଶୀର୍ଷ କମ୍ପାନୀମାନଙ୍କୁ ସାମିଲ କରାଯାଇଛି। ଏଥିରେ ୫୭୫ କମ୍ପାନୀ କେବଳ ଆମେରିକାର ବୋଲି ଜଣାପଡିଛି। ତେବେ ଶୀର୍ଷ ୨୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକମାତ୍ର ଭାରତୀୟ କମ୍ପାନୀ ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୨୦୯, ଓଏନ୍‌ଜିସି ୨୨୦ ଓ ଇଣ୍ଡିଆନ ଅଏଲ ୨୮୮ତମ ସ୍ଥାନରେ ରହିଛି।

Share