ଫୋବର୍‌ସରେ ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା: ନିର୍ମଳା ସୀତାରାମନ ବି ସାମିଲ

ନୂଆଦିଲ୍ଲୀ,୧୩।୧୨: ଫୋବର୍‌ସ ପକ୍ଷରୁ ବିଶ୍ୱର ସବୁଠାରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସ୍ଥାନ ମିଳିଛି। ପ୍ରଥମ ଥର ଜଣେ ଅର୍ଥମନ୍ତ୍ରୀଙ୍କ ନାଁ ଏହି ତାଲିକାରେ ସାମିଲ କରାଯାଇଛି। ଫୋବର୍‌ସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଲଗାତାର ୯ଥର ପ୍ରଥମ ସ୍ଥାନରେ ରହିଛନ୍ତି ଜର୍ମାନୀର କୁଳପତି ଏଞ୍ଜେଲା ମାର୍କେଲ। ଦ୍ୱିତୀୟରେ ରହିଛନ୍ତି ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ କ୍ରୀଷ୍ଟିନ୍‌ ଲେଗାର୍ଡ।ଏହି ତାଲିକାରେ ନିର୍ମଳାଙ୍କ ବ୍ୟତୀତ ଭାରତରୁ ଏଚ୍‌ସିଏଲ୍‌ କର୍ପୋରେସନର ସିଇଓ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ରୋଶନୀ ନାଦର ମଲହୋତ୍ରାଙ୍କୁ ୫୪ତମ ସ୍ଥାନ ଏବଂ ମେଡିସିନ କମ୍ପାନୀର ଏମ୍‌ଡି ଓ ସିଇଓ କିରଣ ମଜୁମଦାର ଶ’୬୫ତମ ସ୍ଥାନ ଅକ୍ତିଆର କରିଛନ୍ତି। ପ୍ରଥମଥର ୨୩ ମହିଳାଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ସେହିପରି ଆଇଏମ୍‌ଏଫ୍‌ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟଲୀନା ଜର୍ଜୀବା, ପରିବେଶ କର୍ମକର୍ତ୍ତା ଗ୍ରେଟା ଥନବର୍ଗ ଓ ପପ୍‌ ଗାୟକ ରିହାନାଙ୍କୁ ବି ଏହି ତାଲିକାରେ ସ୍ଥାନ ମିଳିଛି। ଏହି କ୍ରମରେ ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ୨୯ତମ ସ୍ଥାନ ଅକ୍ତିଆର କରିଛନ୍ତି। ୨୦୧୯ରେ ବିଶ୍ୱର ଏହି ମହିଳାମାନେ ନିଜ ସମର୍ଥଠାରୁ ଊର୍ଦ୍ଧ୍ୱକୁ ଯାଇ ସରକାରୀ, ଉଦ୍ୟୋଗ ଓ ବାଦନ୍ୟତା କାର୍ଯ୍ୟର ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ ଏମାନଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ଫୋବର୍‌ସ ପକ୍ଷରୁ କୁହାଯାଇଛି।

Share