Categories: ବାଣିଜ୍ୟ

ଫେସ୍‌ମାସ୍କର ମୂଲ୍ୟ ଉପରେ ଜୁନ ଯାଏ କଟକଣା

ନୂଆଦିଲ୍ଲୀ,୨୭। ୩: ୩ ପ୍ଲାଏ ଫେସ୍‌ମାସ୍କର ମୂଲ୍ୟ ଉପରେ ସରକାର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ମାସ୍କଗୁଡିକ ମେଲ୍ଟ ବ୍ଲାଉନ ନନ୍‌-ଓଭନ ଫ୍ୟାବ୍ରିକରେ ପ୍ରସ୍ତୁତ ହେଉଛି। ଏହାର ପ୍ରତି ମାସ୍କ ପିଛା ମୂଲ୍ୟ ଜୁନ ଶେଷ ଯାଏ ୧୬ ଟଙ୍କା ରହିବ ବୋଲି ଖାଉଟି ବ୍ୟାପାର ସଚିବ ପଓ୍ବନ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୨୧ ମାର୍ଚ୍ଚରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ୨ ପ୍ଲାଏ ଏବଂ ୩ ପ୍ଲାଏ ସିର୍ଜିକାଲ ମାସ୍କ ପିଛା ମୂଲ୍ୟ ଯଥାକ୍ରମେ ୮ ଟଙ୍କା ଏବଂ ୧୦ ଟଙ୍କା ନିର୍ଦ୍ଧାରଣ କରିଥିଲେ। ଫେବୃୟାରୀ ୧୨ର ଧାର୍ଯ୍ୟ ମୂଲ୍ୟ ମୁତାବକ ୩ ପ୍ଲାଏ ମେଲ୍ଟ ଡାଉନ ଫେସ୍‌ ମାସ୍କ ବିକ୍ରି ହେବ। ଏ ନେଇ ସରକାର ଫେସ୍‌ମାସ୍କ ମାନୁଫାକଚରଙ୍କ ସହ ଆଲୋଚନା କରିଛନ୍ତି। ମୂଲ୍ୟରେ ସ୍ବଚ୍ଛତା ନ ରହିବା ଯୋଗୁ ଏହାକୁ ନେଇ ବିଭିନ୍ନ ଅସୁବିଧା ଉପୁଜିଥିବା ସରକାର ଜାଣିବାକୁ ପାଇଛନ୍ତି। ଏଣୁ ଏଭଳି ମାସ୍କ ଉପରେ ୧୬ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୨ ପ୍ଲାଏ ଏବଂ ୩ ପ୍ଲାଏ ସର୍ଜିକାଲ ମାସ୍କର ଖୁଚୁରା ମୂଲ୍ୟ ସମାନ ରହିବ। ଏହି ମୂଲ୍ୟ ଜୁନ ୩୦ ଯାଏ ବଳବତ୍ତର ରହିବ। ବର୍ତ୍ତମାନ ସାନିଟାଇଜର ଏବଂ ମାସ୍କ ଚାହିଦା ବଢିଥିବାରୁ ଯୋଗାଣ ଯେଭଳି ବାଧାପ୍ରାପ୍ତ ନ ହୁଏ ତାକୁ ବିଚାର କରାଯାଉଛି ବୋଲି ଅଗ୍ରଓ୍ବାଲ କହିଛନ୍ତି।

Share