ଫେସବୁକରେ ବନ୍ଧୁତା ମହଙ୍ଗା ପଡିଲା: ବଳାତ୍କାର ଅଭିଯୋଗରେ ଜେଲ ଗଲେ ଯୁବକ

ଦିଗପହଣ୍ଡି,୧୫ା୧୧(ଡି.ଏନ.ଏ.)- ଜଣେ ବିବାହିତାଙ୍କ ସହ ଫେସବୁକ୍‌ରେ ବନ୍ଧୁତା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଗୁରୁବାର ସମ୍ପୃକ୍ତ ଯୁବକ ତଥା ରାୟଗଡ଼ା ଜିଲା ଆମ୍ବାଦୋଳାର ପ୍ରଫୁଲ୍ଲ କୁମାର ସାହୁ ଓରଫ ବୁଲୁଙ୍କୁ ଗିରଫ କରି ବ୍ରହ୍ମପୁରସ୍ଥିତ ଜିଲା ଦୌରାଜଜଙ୍କ କୋର୍ଟକୁ ଚାଲାଣ କରିଛି। ଏ ନେଇ ଥାନାରେ ନଂ. ୨୨୩/୧୯ମାମଲା ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି। ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ ଦିଗପହଣ୍ଡି ଥାନା ଅଞ୍ଚଳର ମହିଳା ଜଣକ ଗତ ୨୦୧୮ ରେ ବୁଲୁଙ୍କୁ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ। ୨ ଦିନ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ଉଭୟେ ଫୋନ ନମ୍ବର ଆଦାନପ୍ରଦାନ କରିଥିଲେ। ପରେ ବୁଲୁ ବ୍ରହ୍ମପୁର ଆସି ବିଜିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ମହିଳାଙ୍କୁ ସାକ୍ଷାତ କରିଥିଲେ। ଉଭୟେ ଅନେକଥର ପୁରୀ, ଗୋପାଳପୁର ବୁଲି ଯାଇଥିଲେ। ବି ଟେକ ଡିଗ୍ରୀ ସାରିବା ପରେ ବୁଲୁ ବ୍ୟବସାୟ କରୁଥିଲେ। ମହିଳାଙ୍କ ସହ ଅନୈତିକ ସମ୍ପର୍କ ନିବିଡ଼ ହେବା ପରେ ତାଙ୍କ ଘରକୁ ବହୁବାର ଯା’ଆସ କରୁଥିଲେ। ମହିଳାଙ୍କ ଅନୁରୋଧ ରକ୍ଷାକରି ତାଙ୍କ ସ୍ବାମୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନେକ ଥର ପେଟିଏମରେ ଟଙ୍କା ପଠାଇଥିଲେ। ମହିଳା ଜଣକ ବୁଲୁଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ମହିଳା ଏ ନେଇ ଗତ ୨ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଗତ ନଭେମ୍ବର ୩ ତାରିଖଠାରୁ ୨୦୧୯ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଅନେକ ଥର ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିବା ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁୁ କରିଥିଲା। କୌଶଳକ୍ରମେ ତାଙ୍କୁ ଦିଗପହଣ୍ଡି ଡକାଇ ଆଣି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇବା ସହ ଗୁରୁବାର ଗିରଫ କରିଥିଲା। ପୀଡ଼ିତା ମହିଳାଙ୍କ ନିକଟରୁ ମୋବାଇଲ ଫୋନ ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ମାଧବ ଚନ୍ଦ୍ର ଟାକରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri