ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ଖଣିଜ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ୨୦୧୨ରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରକ୍‌ ଗୁଡ଼ିକରେ ଲାଗିଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଦ୍ୱାରା ଏହାର ଗତିବିଧି ନିରୀକ୍ଷଣ ଲାଗି ଆଇଥ୍ରୀଏମ୍‌ଏସ୍‌ (ଇଣ୍ଟିଗ୍ରେଟଡ୍‌ ମାଇନ୍ସ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା କରାଯାଇଥିଲା। ସରକାରୀ ଅନୁମୋଦିତ ଜିପିଏସ ଟ୍ରାକିଂ ଯନ୍ତ୍ର ଲଗାଇ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଟ୍ରକ୍‌କୁ ପଞ୍ଜୀକରଣ କରିବା ବ୍ୟବସ୍ଥା ରହିଥିଲା। କିନ୍ତୁ କେତେକ ଅସାଧୁ ସରକାରୀ ଖଣି କର୍ମଚାରୀ ଏବଂ ଦଲାଲଙ୍କ ମିଳିତ ଷଡ଼ଯନ୍ତ୍ର ଯୋଗୁ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଚୋରାକାରବାର ପୂର୍ବଭଳି ଜାରି ରହିଛି। ସରକାରୀ ଅନୁମୋଦନ ନ ଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ବର୍ତ୍ତମାନ ଟ୍ରକରେ ଲଗାଯାଉଛି, ଯାହାକି ଅସାଧୁ କର୍ମଚାରୀ ଓ ଦଲାଲଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଅନ୍ୟପକ୍ଷେ ରାଜ୍ୟ ବାହାରର ଟ୍ରକ୍‌ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି।
ନିଜ ନାମ ଗୋପନରେ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଖଣି କର୍ମଚାରୀ କହିଛନ୍ତି ଯେ, ଯୋଡା ଖଣି ମଣ୍ଡଳରେ ଥିବା ଖଣିରୁ ଏବେ ବିପୁଳ ପରିମାଣର ଲୁହାପଥର ପରିବହନ କରାଯାଉଛି। ଏଥିଲାଗି ପରିବହନ ଠିକାଦାରମାନେ ଦେଶର ବିଭିନ୍ନ ଅଞ୍ଚଳରୁ ବଡବଡ ଟ୍ରକ ଓ ଭାରିଯାନ ଆଣି ଏ ଅଞ୍ଚଳରେ ନିୟୋଜିତ କରୁଛନ୍ତି। ଏପରିକି ଯୋଡା ଟ୍ରକ ମାଲିକ ସଂଘ ଦ୍ୱାରା ନିର୍ଦ୍ଧାରିତ ଭଡ଼ାଠାରୁ ଟନ୍‌ ପିଛା ୩ଶହରୁ ୪ଶହ ଟଙ୍କା କମ୍‌ରେ ବାହାର ରାଜ୍ୟର ଗାଡିଗୁଡିକୁ କାମ ଦିଆଯାଉଛି। ବାହାର ରାଜ୍ୟରୁ ଅଣାଯାଉଥିବା ଗାଡିକୁ ଚଞ୍ଚକତାର ସହିତ ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ କରି ପରିବହନ କାର୍ଯ୍ୟ କରାଯାଉଛି। ଟ୍ରକ ମାଲିକ ସଂଘରେ ପଞ୍ଜୀକୃତ ହୋଇଥିବା ଟ୍ରକ ଆଇନକୁ ଆଖିଠାର ମାରି ବିଭିନ୍ନ ଏଜେଣ୍ଟଙ୍କଠାରୁ ଜିପିଏସ୍‌ ଯନ୍ତ୍ର ପ୍ରାୟ ୧୦୫୦୦ରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ଗାଡିରେ ଲଗାଇଛନ୍ତି। ଏସବୁ ଯନ୍ତ୍ର କାମ କରୁ ନ ଥିବା ଏବଂ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଗାଡିର ଟ୍ରାକିଂ କରିବା ସମ୍ଭବ ହେଉ ନ ଥିବାରୁ ପରିବହନ ଠିକାଦାରମାନେ ଫାଇଦା ଉଠାଉଛନ୍ତି। ଏପରିକି କେତେକ ଠିକାଦାର ଜିପିଏସ ଯନ୍ତ୍ର କ୍ରୟ କରି ବାହାର ରାଜ୍ୟରୁ ଆସୁଥିବା ବଡ ବଡ ଟ୍ରକ୍‌ରେ ନ ଲଗାଇ ଏହାର ନମ୍ବର ନେଇ ଆଇଥ୍ରୀଏମ୍‌ଏସ୍‌ରେ ଚଞ୍ଚକତାର ସହିତ ପଞ୍ଜୀକୃତ କରାଇ ନେଉଛନ୍ତି। ଏଭଳି କାରଣରୁ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଦୀର୍ଘ ୬ମାସ ହେଲା ଅଚଳ ହୋଇପଡ଼ିଥିବା କୁହାଯାଉଛି। ସେହିପରି ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଠାରୁ ବାର୍ଷିକ ୩ ହଜାର ୬ଶହ ଟଙ୍କା ରିନ୍ୟୁଓ୍ବାଲ ଫି ଆଦାୟ କରି ଯୋଡା ଉପନିର୍ଦ୍ଦେଶକ କାର୍ଯ୍ୟାଳୟର କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀ ଅର୍ଥ ଚଳୁ କରୁଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ କହିଛନ୍ତି, ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ ନ ହେଲେ କୌଣସି ଗାଡିକୁ ଟ୍ରଞ୍ଜିଟ୍‌ ପାସ୍‌ ମିଳିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ଜିପିଏସ ଯନ୍ତ୍ର ବିକ୍ରି କରିବା ପାଇଁ ୮ଭେଣ୍ଡରଙ୍କୁ ସ୍ବୀକୃତି ମିଳିଛି ା ଏଥିରେ କୌଣସି ତ୍ରୁଟି ହେଉଥିଲେ ସେ ଅନୁଧ୍ୟାନ କରି ଦେଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri