ଫେବୃୟାରୀ ୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ‘ଆଉଟ୍‌ରିଚ୍‌’ ପକ୍ଷରୁ ଆସନ୍ତା ୧୩ ଓ ୧୪ ତାରିଖରେ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେବ। ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଦେଶ ବିଦେଶର ବହୁ ରେଡିଓ ଷ୍ଟେଶନ ସାମିଲ ହେବେ। ଏହି ଅବସରରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମ୍‌ଫୋନ ସହ ହାମ୍‌ ରେଡିଓ ପ୍ରଦର୍ଶନୀ ମେଳାର ମୁଖ୍ୟ ଆକର୍ଷଣ ସାଜିବ। ଜାପାନ, ଆମେରିକା, ଓ ବାଂଲାଦେଶ ପରି ଦେଶର ରେଡିଓ ଷ୍ଟେଶନଗୁଡିକ ଏଥର ରେଡିଓ ମେଳାରେ ସାମିଲ ହେବେ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆଉଟ୍‌ରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।
ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳାରେ ଏଥର ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ ରେଡ଼ିଓ ଅପରେଟରମାନେ ସାମିଲ ହେବେ। ସେମାନେ ହାମ୍‌ ରେଡିଓ ସମେତ ଇମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ। ଅନ୍ତର୍ଜାତୀୟସ୍ତରରେ ରେଡ଼ିଓ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ଏହି ମେଳାରେ ଷ୍ଟଲ୍‌ ଖୋଲିବ। ଏଠାରେ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ସଂସ୍ଥାମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ତିଆରି କରିବା ପାଇଁ ଆବଶ୍ୟକ ସୂଚନା ଯୋଗାଇ ଦିଆଯିବ। ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ୱରର ସଞ୍ଜୀବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ୱାଳ ୪ ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିବେ। ଏଥିସହ ବିଭିନ୍ନ ପ୍ରକାର ରେଡିଓ ସେଟ୍‌ ବିକ୍ରି ହେବ। ସେହିଭଳି ମେଳାର ଏକ ଷ୍ଟଲ୍‌ରେ ହାତତିଆରି ରେଡିଓ ପ୍ରସ୍ତୁତ ହେବ। ବରାଦ ମୁତାବକ ରେଡିଓ ଏଠାରେ ଗ୍ରାହକଙ୍କ ପାଇଁ ତିଆରି କରାଯିବ। ଛାତ୍ରୀଛାତ୍ରଙ୍କ ପାଇଁ ଖବର ପଠନ, ଆର୍‌ଜେଇଂ, ଫ୍ୟାଶନ ଶୋ’, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହେବ। ୨୦୧୯ ପାଇଁ ଆର୍‌ଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡିଓ ବ୍ରହ୍ମପୁତ୍ରକୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ସମ୍ମାନରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri