ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ ଖେଳାଳି ନିଜର ଜୀବନ କାଟୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର କାହାଣୀ ସାମ୍ନାକୁ ଆସିବା ପରେ ଖେଳାଳିଙ୍କ ପରିଚୟ ମିଳିଛି। ପରିଚୟ ମିଳିବା ପରେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ହକି ଖେଳାଳିଙ୍କ ନାମ ହେଉଛି ଅମରଜିତ ସିଂହ। ଜୁନିୟର ହକିରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି। ହକି ଖେଳିବା ସମୟରେ ଅମରଜିତ କିଛି ବର୍ଷ ଲଣ୍ଡନ ଓ ଜର୍ମାନୀରେ ବି ରହିସାରିଛନ୍ତି। କିନ୍ତୁ ଏବେ ସେ ଦିଲ୍ଲୀର ପାହାଡ ଗଞ୍ଜ ଅଞ୍ଚଳର ଫୁଟପାଥ୍‌ରେ ରହୁଥିବା ଜଣାପଡ଼ିଛି। ଅମରଜିତଙ୍କ ବିଷୟରେ ଏନେଇ ଜଣାପଡ଼ିବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ‘ବାସ୍ତବରେ ଭାରତ ପାଇଁ ଖେଳି ଏଭଳି ଜୀବନ ବିତାଉଥିବା ଖେଳାଳିଙ୍କୁ ନିଶ୍ଚୟ ସାହାଯ୍ୟ ଯୋଗାଇ ଦିଆଯିବ’। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସେ ବାରମ୍ବାର ସୂଚାଇଛନ୍ତି ବୋଲି ରିଜିଜୁ କହିଛନ୍ତି। ଯଦି ଏଭଳି ଖେଳାଳିଙ୍କ ଖବର ମିଳିଯାଏ, ତେବେ ତାଙ୍କୁ ଖୁବ୍‌ଶୀଘ୍ର ସହାୟତା ଯୋଗାଇଦିଆଯିବ। ଅପରପକ୍ଷେ ଅମିତାଭ ମଧ୍ୟ ଏନେଇ ଟୁଇଟ କରି କହିଛନ୍ତି, ଯଦି ଅମରଜିତଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଯାଏ, ତେବେ ତାଙ୍କୁ ସାହାଯ୍ୟ କରିବା ସହଜ ହୋଇଯିବ। ଅମରଜିତଙ୍କ ବାବଦରେ ଏବେ ଅଧିକ ତଥ୍ୟ ମିଳି ନ ଥିବାରୁ ଅଧିକ ଜାଣିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri