Categories: ଜାତୀୟ

ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରିଲେ ପ୍ରେମୀଯୁଗଳ

ଜୟପୁର,୧୩।୬: ରାଜସ୍ଥାନର ବାରମେର ଜିଲାରେ ଏଭ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀଯୁଗଳ ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ଦୁଇଜଣ ହେଲେ ଶଙ୍କର ଏବଂ ଅଞ୍ଜୁ। ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଉଭୟ ଶଙ୍କର ଏବଂ ଅଞ୍ଜୁଙ୍କ ମଧ୍ୟରେ କିଛିବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବୁଧବାର ବିଳମ୍ବିତ ରାତିରେ ଉଭୟ ଘରଛାଡି ପଳେଇଆସିଥିଲେ। ଗୁରୁବାର ସକାଳୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ମଦ ବୋତଲ, ସିଗାରେଟ ପ୍ୟାକେଟ୍‌ ଏବଂ ଦେଶୀ ବନ୍ଧୁକ ଜବତ କରାଯାଇଛି।

Share